oom

ନରସିଂହ ସେନା ପକ୍ଷରୁ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ନରସିଂହ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦେଶରେ ମହାମାରି କରୋନାର ଦ୍ୱିତୀୟ ଲହରି ଚାଲିଛି । ଏ ସମୟରେ ବିଭିନ୍ନ ବ୍ଲଡ ବ୍ୟାଙ୍କରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ନରସିଂହ ସେନା ଛତାମଖନା ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଏହି ରକ୍ତଦାନ ଶିବିରରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ନରସିଂହ ସେନାର ସଭାପତି ଯୁବ ନେତା ତଥା ସମାଜସେବୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ପଂଚାୟତ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ପିସିସି ଅନୁସୂଚିତ ଜନଜାତି ସେଲ ସଭ୍ୟ ଲୋକନାଥ କୁମୁରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି ମନୀଷ ମିଶ୍ର ଯୋଗଦାନ କରି ଉପସ୍ଥିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ଅନେକ ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଦୁଇ ଜଣ ମହିଳା ସୁନିତା ମିଶ୍ର ଏବଂ ପୁଷ୍ପାଞ୍ଜଳି ଭୋଇ ପ୍ରଥମେ ରକ୍ତଦାନ କରି ମହିଳା ମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ଦେଇଥିଲେ । ଜାମଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ଞାନ ରଂଜନ ଦାଶ, ଆଶାକର୍ମୀ ରୁକ୍ମଣୀ ଭୁଏ ଏବଂ ବଲାଙ୍ଗିର ବଲାଙ୍ଗିର ବ୍ଲଡ ବ୍ୟାଙ୍କ ଅଧିକାରୀ ନରେଶ ଚନ୍ଦ୍ର ମିଶ୍ର, ଶେକ୍‌ ଅସରଫ, ଅକ୍ଷୟ ବାଗ, ସୁଶିଲ ସୁନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରକୁ ସଫଳ ଆୟୋଜନ ପାଇଁ ସରପଂଚ ଜନ୍ମଜୟ ବାରିକ, ଉପ-ସଭାପତି ନରେନ୍ଦ୍ର ମିଶ୍ର, ସଂପାଦକ ରାଜ କିଶୋର ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର ଏବଂ ପୂର୍ବତନ ସରପଂଚ ସରୋଜ ମେଶ୍ୱା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.