ଧାନ ମଣ୍ଡି ଓ ଚାଷୀଙ୍କୁ ନେଇ ଜୋର୍‌ ଧରୁଛି ରାଜନୀତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଧାନ ମଣ୍ଡି ଓ ଧାନକୁ ନେଇ ସାରା ଭାରତରେ ଚାଲିଛି ରାଜନୀତି । କୃଷି ବିଲକୁ ନେଇ ଦିଲ୍ଲୀରେ କୃଷକ ମାନଙ୍କ ସହ ବିଭିନ୍ନ ରାଜନୀତି ମୁଣ୍ଡ ଟେକିଛି । ସେପଟେ କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ନେଇ ଚାଷୀ ଚିନ୍ତିତ ଥିବା ବେଳେ ଓଡ଼ିଶା ରାଜ୍ୟରେ ରାଜ୍ୟ ସରକାରଙ୍କ ନୀତିକୁ ନେଇ ଚାଷୀ ଚିନ୍ତିତ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ମଣ୍ଡିକୁ ନେଇ ଚାଷୀ ହତାସ ହୋଇ ବସିଲେଣି । ମଣ୍ଡି ଗୁଡିକରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ଟାର୍ଗେଟ ସରି ଯାଇଥିବା ପାକ୍ସ ସେକ୍ରେଟାରୀ କହନ୍ତି । ଅନ୍ୟପଟେ କିଛି ଚାଷୀଙ୍କୁ ଟୋକନ୍ ମିଳିନଥିବା ବେଳେ ଯେଉଁମାନଙ୍କୁ ଟୋକନ ମିଳିଛି, ସେମାନଙ୍କ ଧାନ ମଣ୍ଡିରୁ ନ ଉଠିବା ଯୋଗୁଁ ଟୋକନ ଲେପ୍ସ ହୋଇ ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ବିଜେପି ସରକାରଙ୍କ କୃଷି ବିଲକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଟିଟିଲାଗଡ ଉପଖଣ୍ଡରେ ଧାନ ମଣ୍ଡିରେ ଧାନ ପଡ଼ିଥିବା ଯୋଗୁଁ ଧାନ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ବିଜେପି । ବିଜେପିର ଏହି ପରି ଦୋମୁହାଁ ନୀତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ରାଜ୍ୟ ଯୁବ କଂଗ୍ରେସ । ମଣ୍ଡିରୁ ଧାନ ବିକ୍ରି କରିବା ପାଇଁ ଓଡିଶା ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଉପଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବାରମ୍ବାର ଦାବି କରିଆସିଛନ୍ତି । ମଣ୍ଡିରେ କଟନି ଛଟଣିରେ ୮-୧୦ କେ. ଜି ପ୍ରତି କ୍ଵିଣ୍ଟାଲ କାଟୁଥିବା ଅଭିଯୋଗ ଆଣିଛି ଚାଷୀ । ଏ ପଟେ ଭାଜପା ଚାଷୀ ଅଧିକାର ରାଲି କରି ଧାନ ମଣ୍ଡିରୁ ଧାନ ଉଠାଇବା ପାଇଁ ଦାବି କରିଥିବା ବେଳେ ଅନ୍ୟପଟେ ରାଜ୍ୟ ଯୁବ କଂଗେସ ଉପସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଚାଷୀ ମାନେ ବନ୍ଦୁପଲା ମଣ୍ଡିରେ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି । ଗତ ୨୧ ଜାନୁଆରୀରେ ଉପଜିଲ୍ଲାପାଳଙ୍କୁ ଦାବି କରି ସାତ ଦିନର ସମୟ ମଧ୍ୟରେ ଧାନ ମଣ୍ଡିରୁ ଉଠାଇବା ପାଇଁ ଦାବି କରିଥିଲେ । କିନ୍ତୁ ଆଜିକୁ ୯ ଦିନ ହୋଇ ଯାଇଥିଲେ ସୁଦ୍ଧା ଦାବି ପୂରଣ ନ ହେବା ଯୋଗୁଁ ରାଜରାସ୍ତାକୁ ଚାଷୀ ଓ କଂଗ୍ରେସ ଦଳ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.