କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ବର୍ତମାନର ମହାମାରୀ କରୋନା ସମୟରେ ହିତାଧିକାରୀ ମାନେ ଅଯଥାରେ ତହସିଲ ଅଫିସ କିମ୍ବା ଜନସେବା କେନ୍ଦ୍ରକୁ ନ ଦୌଡିବା ପାଇଁ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ସେମାନେ ବିବିଧ ପ୍ରମାଣପତ୍ର ପାଇଁ ଆଉ ଯିବାକୁ ପଡ଼ିବନି ଅଫିସକୁ । ରାଜସ୍ବ ବିଭାଗ ଘରେ ପହଂଚି ଦେବେ ପ୍ରମାଣପତ୍ର । ଆଜି କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠି ଏହି ବ୍ଲକର ଡୁକେରମାଲ, ଭଟାପଲା, ବୋରପଦର ଓ ରିଞ୍ଜା ଗ୍ରାମକୁ ଯାଇ ବିବିଧ ପ୍ରମାଣପତ୍ର ବଣ୍ଟନ କରିବା ସହ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ । ଲକଡାଉନ ସମୟରେ ଘରକୁ ଯାଇ ରାଜସ୍ବ ମାମଲା ବୁଝିବା ପାଇଁ ତହସିଲଦାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।