ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କଲା ଭିଜିଲାନ୍ସ

ସୁନ୍ଦରଗଡ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ପ୍ରଧାନଙ୍କ ୬ ଟି ସ୍ଥାନ, ଯାହାକି ସରକାରୀ ବାସଭବନ ସହ ତାଙ୍କ କାର୍ଯ୍ୟଳୟ, ଦେଓଗଡ କେନ୍ଦୁହାଟରେ ଥିବା ଫାର୍ମ ହାଉସ୍‌, ତାଙ୍କ ଶଶୁର ଘର ଅନୁଗୁଳ ଟାଉନ, ଦେଓଗଡ ଭାଇ ଘରେ ଏବଂ ଦେଓଗଡର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି । ୪୦ ଜଣିଆ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ସୂଚନାରେ କୁହାଯାଇଛି । ନାରାୟଣଙ୍କ ସମ୍ବଲପୁରରେ ଥିବା ଜମିର ମୂଲ୍ୟ ୨୫ ଲକ୍ଷ ଟଙ୍କା, କେନ୍ଦୁଘାଟ ଦେଓଗଡରେ ୧୬ ଏକର ଜମିରେ ନିର୍ମିତ ଫାର୍ମ ହାଉସ, ଭୁବନେଶ୍ୱରର ଜଟଣିରେ ଥିବା ଜମି ଏବଂ ଦେଓଗଡରେ ଜମି ଅଛି ବୋଲି ତଦନ୍ତରୁ ଜଣାପଡଛି । ତେବେ ଏହି ସମ୍ପତ୍ତିର ଆକଳନ ସ୍ପଷ୍ଟ ଜଣା ପଡିନାହିଁ ।

Leave A Reply

Your email address will not be published.