ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ୩୪ତମ ପ୍ରତିଷ୍ଠା ଉତ୍ସବ ବୁରାଟ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସେବାଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ସେବାଜଗତର ପୂର୍ବତନ ସଭାପତି ଧନସିଂ ମାଝୀ, ସାମ୍ବାଦିକ ହେମନ୍ତ ସାହୁ ଉପସ୍ଥିତ ରହି ୩୪ ବର୍ଷର ଏହି ସଫଳତା ସମ୍ପର୍କରେ ଦୃଷ୍ଟି ପାତ କରିଥିଲେ । ରୋଶନାରା ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥବା ବେଳେ କର୍ମୀ ପ୍ରଦୀପ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆଗାମୀ ଦିନରେ ଅନୁଷ୍ଠାନ ଦୀର୍ଘସ୍ଥାୟୀ ଯୋଜନା, ଅଞ୍ଚଳ ଗରିବ, ଆଦିବାସୀ, ମହିଳା, ଜଙ୍ଗଲ ଅଧିବାସୀ, କିଶୋରୀ ବାଳିକା ଓ ଜନସାଧାରଣ ଆର୍ଥିକ, ସାମାଜିକ, ମାନସିକ ବିକାଶ ସହିତ ସ୍ୱାସ୍ଥ୍ୟ, ପରିବେଶ ଉପରେ ସଚେତନତା ଓ ସେବାରେ ଆହୁରି ଉର୍ଣ୍ଣତ ହେବ ସେ ଉପରେ କର୍ମୀମାନେ ମନ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନୀତା ତାଣ୍ଡି, ଟଙ୍କଧର ବଗର୍ତ୍ତୀ, ଶଙ୍କର ସୁନା, ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post