jayashree

କୁଟୁମଡୋଲା ଫୁଟବଲ ପ୍ରତିଯୋଗିତାରେ ଯୋଗଦେଲେ ନରସିଂହ

  • ଫାଇନାଲରେ ସକମା ବିଜେତା, କୁସଙ୍ଗ ଉପ-ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୁଟୁମଡୋଲା ପଂଚାୟତ ଅନ୍ତର୍ଗତ କୁଟୁମଡୋଲା ଖେଳ ପଡିଆରେ ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଷଡଦିବଶୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୬ ଦିନ ଧରିଚାଲିଥିବା ଏହି ପ୍ରତିଯୋଗିତା ସର୍ବମୋଟ ୧୬ଟି ଦଳ ଯୋଗ ଦେଇଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ ସକମା ଫୁଟବଲ ଦଳ କୁଶଙ୍ଗ ଫୁଟବଲ ଦଳକୁ ନିର୍ଦ୍ଦାରିତ ସମୟ ମଧ୍ୟରେ ଦୁଇଟି ଗୋଲ ଦେଇ ୨-୧ ସ୍କୋରରେ ବିଜୟ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ନଗଦ ଅର୍ଥ ରାଶି ଦ୍ୱାରା ପୁରସ୍କୃତ କରିଥିଲେ । ଏହି ଅବସରରେ ନିଜ ବକ୍ତବ୍ୟରେ କହିଥିଲେ କୁଟୁମଡୋଲାର ଲୋକେ ପ୍ରବଳ ଶିକ୍ଷା ପ୍ରେମୀ ଅଟନ୍ତି । ତାଙ୍କର ଅନୁରୋଧ କ୍ରମେ ଏଠାରେ ଏକ କଲେଜ ସ୍ଥାପନ ପାଇଁ ରାଜ୍ୟରେ ଥିବା ଆଇନକୁ ପରିବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଦେଖିବାକୁ ମିଳୁଛି ଏଠାକାର ଲୋକେ କେବଳ ଶିକ୍ଷା ନୁହେଁ କ୍ରୀଡାକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । ଉଚ୍ଚ କୋଟିର ପ୍ରତିଯୋଗିତା ଆୟୋଜନ କରି ଲୋକଙ୍କ ମଧ୍ୟରେ ଉତ୍ତମ ଖେଳାଳି ମନୋଭାବ ଜାଗ୍ରତ କରିବାରେ ସହଯୋଗ କରୁଛନ୍ତି ଯାହାକି ଏ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସମୃଦ୍ଧି ଓ ଏକତା ଆଣିବାରେ ସହାୟକ ହେବ । ମୁଖ୍ୟବକ୍ତା ଭାବେ କୁଟୁମଡୋଲା କଲେଜର ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ କ୍ରୀଡାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତା ପ୍ରଥମାର୍ଦ୍ଧରେ ସ୍ୱତନ୍ତ୍ର ଅତିଥି ଭାବରେ ପବିତ୍ର କୁମାର କୁମାର ବେହେରା ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଖେଳ ପରେ ବରଗଡ ମହିଳା ଫୁଟବଲ ଦଳ ଓ ଟିଟିଲାଗଡ ମହିଳା ଦଳ ମଧ୍ୟରେ ଏକ ଚିତ୍ତାକର୍ଷକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ପ୍ରତିଯୋଗିତାର ଉଦ୍‌ଯାପନି ଉତ୍ସବରେ ଅନ୍ୟ ଅତିଥି ଭାବରେ କୈଳାସ ଚନ୍ଦ୍ର ସିଂଦେଓ, ଘାସିରାମ ପଟେଲ, ଶଶିଭୂଷଣ ପଟେଲ, କସ୍ତୁବ ସାହୁ, ଟଙ୍କଧର ଗଡତ୍ୟା ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.