ହାତୀ ଆକ୍ରମଣ : ବୃଦ୍ଧଙ୍କ ପ୍ରାଣହାନୀ

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲା ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ବିଟ୍‌ ଖଟୁଆ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ବୃଦ୍ଧ ଜଣକ ସକାଳେ ବିଲକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣରେ କରିବା ଫଳରେ ତାଙ୍କ ଅବସ୍ଥାରେ ଗୁରୁତର ହୋଇଥିଲା । ଗୁରୁତର ବୃଦ୍ଧଙ୍କୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.