ପୁରୀ : ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜିଠାରୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ । ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ରଥ ରାଜ୍ୟର ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ସଂଗ୍ରହ କରିବ । ତେବେ ଗତକାଲି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଙ୍ଗ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ । ପିଇଓ ଓ ଜିଆର୍ଏସ୍ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ ।
Next Post