ଓଲଟିଲା ପୋଲିସ ଗାଡ଼ି : ୫ କର୍ମଚାରି ଆହତ

ଗଞ୍ଜାମ, (କେପିଏନ୍‌ଏସ୍‌) : ବାଇକ ଚାଲକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ ପେଟ୍ରୋଲିଂ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଡିଭାଇଡରରେ ପିଟି ହୋଇଛି । ଦୁର୍ଘଟଣାରେ ସଞ୍ଜୟ ବାରିକଙ୍କ ସମେତ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.