jayashree

ରାସ୍ତାରେ ଫଶିଲା ଆମ୍ବୁଲାନ୍ସ : ୧ କିମି ବୁହାହେଲେ ରୋଗୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକରେ ରୋଗୀ ଆଣିବାକୁ ଯାଇ ରାସ୍ତା ଫଶିଲା ଆମ୍ବୁଲାନ୍ସ । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧବାର ବରଗାଁ ପଞ୍ଚାୟତ ମହିବିଲା ଗ୍ରାମର ରୋଗୀ କୁନ୍ତଳା ରଣାଙ୍କୁ ହସପିଟାଲ ନେବାକୁ ଆସିଥିବା ଆମ୍ବୁଲାନ୍ସ ସୌରୀବେଙ୍ଗେସ୍ ରାସ୍ତାରେ ଫଶି ଯାଇଥିଲା । ଗ୍ରାମର କିଛି ଯୁବକଙ୍କ ସହଯୋଗ କ୍ରମେ ଅନେକ ପରିଶ୍ରମ କରି ଠେଲିବାରୁ ଆମ୍ବୁଲାନ୍ସ ଉଠିଥିଲା । ରାସ୍ତାରେ ଆମ୍ବୁଲାନ୍ସ ଫସିଥିବା ଜାଣି ରୋଗୀର ବାପା ବିଭୀଷଣ ରଣା ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ୧ କିଲୋମିଟର ପର୍ୟ୍ୟନ୍ତ ବୋହି ଆଣିଥିଲେ । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମ ଦଣ୍ତିପଡାରୁ ଜଣେ ରୋଗୀଂକୁ ହସପିଟିଲ ନେବା ସମୟରେ ରାସ୍ତାରେ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ଫଶି ରିହିଥିଲା । ଫଳରେ ରୋଗୀ ଗୁରୁତର ହୋଇ ପଡିଥିଲେ । ପରେ ତାଙ୍କୁ ସୋନପୁର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବରଗାଁ ପଞ୍ଚାୟତର ଅନେକ ରାସ୍ତା ସରପଞ୍ଚଙ୍କ ଆନ୍ତରିକତା ଅଭାବରୁ ବର୍ଷ ତମାମ୍ ଦୟନୀୟ ହୋଇ ପଡିଛି । ନିଜର ଲାଭଖୋର ମନୋଭାବ ନେଇ ସୁବିଧାଜନକ ରାସ୍ତା ମରାମତି କରୁଥିବାରୁ ପଞ୍ଚାୟତର ଅନ୍ୟ ରାସ୍ତା ଗୁଡିକ ପ୍ରାୟତଃ ଦୟନୀୟ ହୋଇ ପଡିରହିଛି । ଫଳରେ ବର୍ଷାଦିନ ମାନଙ୍କରେ ଅଞ୍ଚଳବାସୀ ଘୋର ଅସୁବିଧା ଭୋଗ କରୁଛନ୍ତି । ପଞ୍ଚାୟତ କତ୍ତୃପକ୍ଷ ରାସ୍ତାର ଅବସ୍ଥା ପ୍ରତି ଧ୍ୟାନଦେବା ନିତାନ୍ତ ଜରୁରୀ ହୋଇପଡିଛି ।

Leave A Reply

Your email address will not be published.