୮୫ ପ୍ରତିଶତରୁ ଅଧିକ ସୁସ୍ଥ ହାର ସହ ଭାରତର ଆଉ ଏକ କୀର୍ତ୍ତି

• ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ୪୮ ଲକ୍ଷରୁ ଅଧିକ
• ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଜାତୀୟ ହାର ତୁଳନାରେ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଗତ କିଛି ସପ୍ତାହ ଧରି ସୁସ୍ଥ ହାର ବଢୁଥିବାରୁ ଜାତୀୟ ସୁସ୍ଥ ହାର ବୁଧବାର ୮୫ ପ୍ରତିଶତ ଅତିକ୍ରମ କରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨,୨୦୩ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଥିବା ବେଳେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୭୨,୦୪୯ ରହିଛି । ଏହା ସହିତ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୫୭,୪୪,୬୯୩ ଛୁଇଁଛି । ଅଧିକ ତଥା ନିରନ୍ତର ସୁସ୍ଥ ହାର ବଢୁଥିବାରୁ ବିଶ୍ୱରେ ଭାରତର ସ୍ଥିତି ସୁଦୃଢ ହୋଇଛି ।
ସୁସ୍ଥଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବାରୁ ସକ୍ରିୟ ଓ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି । ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (୯,୦୭,୮୮୩) ତୁଳନାରେ ୪୮ ଲକ୍ଷ (୪୮,୩୬, ୮୧୦) ଅଧିକ ରହିଛି । ସୁସ୍ଥ ହାର କ୍ରମାଗତ ଭାବେ ବଢୁଥିବାରୁ ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ୬.୩୨ ଗୁଣ ଅଧିକ ରହିଛି ।
ଦେଶର ସମୁଦାୟ ପଜିଟିଭଙ୍କ ମଧ୍ୟରୁ ସକ୍ରିୟ ମାମଲା ୧୩.୪୪ ପ୍ରତିଶତ ହ୍ରାସ ପାଇଛି ଓ ଲଗାତର ହ୍ରାସ ପାଉଛି ।
ଜାତୀୟ ହାର ତୁଳନାରେ ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସୁସ୍ଥ ହାର ଅଧିକ ରହିଛି ।
ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ, ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ୧୦ଟି ରାଜ୍ୟରୁ ୭୫ ପ୍ରତିଶତ ନୂତନ ସୁସ୍ଥ ମାମଲା ରିପୋର୍ଟ ହୋଇଛି ।
ମହାରାଷ୍ଟ୍ର ଏହି ତାଲିକାରେ ପ୍ରାୟ ୧୭ ହଜାର ସୁସ୍ଥଙ୍କ ସହ ଶୀର୍ଷରେ ଥିବା ବେଳେ ଦିନକରେ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୭୨,୦୪୯ ନୂଆ ମାମଲା ଚିହ୍ନଟ ହୋଇଛି ।
୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ୭୮ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ଏହି ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଛକୁ ରହିଛି କର୍ଣ୍ଣାଟକ । କର୍ଣ୍ଣାଟକରେ ପ୍ରାୟ ୧୦ ହଜାର ମାମଲା ଚିହ୍ନଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୮୬ ମୃତ୍ୟୁ ରିପୋର୍ଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ ମୃତ୍ୟୁର ୮୩ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି ।
ନୂଆ ମୃତ୍ୟୁ ତାଲିକାରେ ମହାରାଷ୍ଟ୍ରରେ ୩.୭ ପ୍ରତିଶତ ଅଧିକ ମୃତ୍ୟୁ (୩୭୦) ହୋଇଥିବା ବେଳେ କର୍ଣ୍ଣାଟକରେ ୯୧ ମୃତ୍ୟୁ ହୋଇଛି ।
ଅକ୍ଟୋବରରୁ ନଭେମ୍ବର ମାସ ଯାଏଁ ପର୍ବପର୍ବାଣୀର ସମୟ ହୋଇଥିବାରୁ ଲୋକେ ବହୁ ସଂଖ୍ୟାରେ ପୂଜା, ମେଳା, ଶୋଭାଯାତ୍ରା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ୟ୍ୟକ୍ରମ ଆଦିରେ ଯୋଗ ଦେବାର ସମ୍ଭାବନା ରହିଛି । ଏସବୁ ଉତ୍ସବ ଦିନେ, ସପ୍ତାହେ କିମ୍ବା ଅଧିକ ଦିନ ଚାଲିପାରେ । କୋଭିଡ-୧୯ ସଂକ୍ରମଣ ଏଡାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପର୍ବପର୍ବାଣୀ ବେଳେ ସତର୍କତା ପଦକ୍ଷେପ ସ୍ୱରୂପ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । ଏହା https://www.mohfw.gov.in/pdf/StandardOperatingProceduresonpreventivemeasurestocontainspreadofCOVID19duringfestivities.pdfରୁ ଦେଖିପାରିବେ ।

Leave A Reply

Your email address will not be published.