csstore

ଖୁଚୁରା ଫଳ ବେପାରୀ ସଂଘ ଗଠିତ : ସଭାପତି ରୁପେ ରାଜେଶ ମୁନୀ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ଖୁଚୁରା ଫଳ ବେପାରୀ ସଂଘ ଗଠିତ ହୋଇଯାଇଛି । ଏନେଇ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ କୋଭିଡ-୧୯କୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା କରି ଖୁଚୁରା ଫଳ ବେପାରୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଏକ ସଂଘ ଗଠନ କରିବାକୁ ନିଷ୍ପତ୍ତି କରାଯିବା ସହ ସର୍ବ ସମ୍ମତିକ୍ରମେ ରାଜେଶ କୁମାର ମୁନୀଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିଲ । ଏନେଇ ସଭାପତି ଶ୍ରୀ ମୁନୀ ନିଜ ପ୍ରତିକ୍ରିୟାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବହୁ ଦିନ ହେଲା ବଲାଙ୍ଗିର ସହରରେ ଏକ ଫଳ ବେପରୀ ସଂଘ ପ୍ରତିଷ୍ଠା କରିବାକୁ ଚେଷ୍ଟା ଚାଲିଥିଲା ଯାହାକି ଆଜି ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବାରମ୍ବାର ଫଳ ବ୍ୟବସାୟୀଙ୍କ ଯୋଗୁଁ ରାସ୍ତାରେ ଟ୍ରାଫିକ ସମସ୍ୟା ହେଉଥିବା ନେଇ ଅଭିଯୋଗ ହେଉଥିଲା । ଏବେ ଜିଲା ପ୍ରଶାସନ ଆମ୍ଭମାନଙ୍କୁ ଉପଜିଲାପାଳଙ୍କ ଆବସ ଗୃହକୁ ଭାଙ୍ଗି ସେଠାରେ ଖୁଚୁରା ଫଳ ବେପାରୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାରୁ ଆମେ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ । ସେହିପରି ସଂଘ ସମ୍ପାଦକ ଭାବେ ଜୟନାରାୟଣ ସ୍ୱାଇଁ, ସହସଂପାଦକ ଭାବେ ଜିତେନ୍ଦ୍ର କୁମାର ମୁନୀ, କୋଷାଧ୍ୟକ୍ଷ ରାଜେଶ୍ୱର କୁଅଁର ମୋନୋନୀତ ହୋଇଥିବା ବେଳେ ଲୋକନାଥ ସ୍ୱାଇଁ, ନୀଳ ଦୋରା, ଲକି ସ୍ୱାଇଁ, ନୀଳ ବେହେରା, ମିଲନ ରାଏ, ପୂଣ୍ଣଚନ୍ଦ୍ର ସ୍ୱାଇଁ, ଜଗଦିଶ ମଳଙ୍ଗ, ଏମ.ଡି.ମୃତ୍ୟେକ କୁରେସି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।

jayashree
Leave A Reply

Your email address will not be published.