oom

ପଞ୍ଚାୟତ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

jsmm

କଳାହାଣ୍ଡି, (କେପିଏନ୍ଏସ୍) : ମାଣିକେରା, ଦେଢ଼ଶୁଲି ଓ ଲୁବେନଗଡ଼ ପଞ୍ଚାୟତରେ ତଥା ମୋହନଗିରି, ସିଂହପୁର ପଞ୍ଚାୟତ ପକ୍ଷରୁ କୁଟୁରାପାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ୧୯୯୪ ମସିହାରୁ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ସାରା ବିଶ୍ୱରେ ଥିବା ଆଦିବାସୀ ସଂପ୍ରଦାୟଙ୍କ ସଂସ୍କୃତି, ଭାଷା, ପରମ୍ପରା, ଶିକ୍ଷା, ଜଳ-ଜମି-ଜଂଗଲ ତଥା ସାମ୍ବିଧାନିକ ଅଧିକାରଗୁଡ଼ିକ କିଭଳି ସୁରକ୍ଷିତ ହେବ, ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସମସ୍ତ ସଭାରେ ଆଦିବାସୀ ଭାଇଭଉଣୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ ।

ତେବେ କୌତୁକ ପନ୍ଦର ସଭାର ଆରମ୍ଭ କରିବା ସହ ଏହାର ବିଶେଷତ୍ୱ, ଗୁରୁତ୍ୱ, ଉଦେ୍ଧଶ୍ୟ, ଆଦିବାସୀଙ୍କ ଅଧିକାର, ଜନସଂଖ୍ୟା, ଶିକ୍ଷା, ଗମନା ଗମନ, ଜଳ-ଜମି-ଜଂଗଲ ଉପରେ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ବିଶେଷ କରି ଦୁର୍ଗମ ଅଂଚଳ ତଥା ପାହାଡ଼ି ଇଲାକାରେ କିଭଳି ମୌଳିକ ସୁବିଧା ତଥା ସମ୍ବିଦାନର ୫ମ ଅନୁଚ୍ଛେଦକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରା ଯାଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ । କିଭଳି ବିଦୁ୍ୟତ, ପିଇବା ପାଣି, ଟେଲିଫୋନ୍ ସେବା, ନେଟ୍ ସେବା ଉପଲବ୍ଧ ହୋଇପାରି, ପ୍ରାକୃତିକ ସଂସାଧନକୁ ସୁରକ୍ଷିତ ରଖି ଉପଯୁକ୍ତ ଭାବେ ବିନିଯୋଗ କରାଯିବ ତଥା ଅନ୍ୟ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ସଭାରେ ଆଲୋଚନା ହୋଇଥିଲା । ବିଦ୍ୟାଧର ପାତ୍ର, ସୁରେନ୍ଦ୍ର ଧରୁଆ, ଟଙ୍କଧର ପନ୍ଦର, ବରୁଣ ପୁଟା, ସିଲି ମାଝି, ସୁବାସ ମାଝି, ମିନକେତ ପାତ୍ର, ଲିଙ୍ଗରାଜ ପାତ୍ର, ଲୋଚନ ଧରୁଆ, ସୁରେଶ ପାତ୍ର, ସୁର୍ଯ୍ୟକାନ୍ତ ପାତ୍ର, ଅନାବ ପାତ୍ର ନିଜ ନିଜ ବକ୍ତବ୍ୟ ରଖି କରୋନା ନିୟମାନୁସାରେ ସଭାକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.