ପୁଅ ଝିଅର ବିବାହ ମାନସିକ ପୂରଣ ହେବାରୁ ଦାଦିଜୀ ମନ୍ଦିର ସତୀଧାମ ଟିଟିଲାଗଡ଼କୁ ଆସି ଦର୍ଶନ କଲେ ମୁମ୍ବାଇ ଓ ରାୟଗଡର ପରିବାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଗତ ବର୍ଷ ୨୦୨୦ ମସିହାରେ ମୁମ୍ବାଇର ଏକ ଦମ୍ପତି ଓ ରାୟଗଡ଼ର ଦମ୍ପତି ନିଜର ପୁଅ ଓ ଝିଅର ବିବାହ ଭଲ ପରିବାରରେ ବିବାହ ହେଲେ ଟିଟିଲାଗଡ଼ର ଦାଦିଜୀ ରାଣୀ ସତୀ ମନ୍ଦିରକୁ ଆସି ମା’ଙ୍କୁ ମୁଣ୍ଡିଆ ମାରି ପୁଅ ବୋହୁ/ ଝିଅ ଜ୍ୱଇଁକୁ ଧରି ଦର୍ଶନ କରିବୁ ବୋଲି ମାନସିକ କରିଥିଲେ । ତେବେ ଗୁରୁବାର ଦିନ ଅପରାହ୍ନରେ ଉଭୟ ଦମ୍ପତିଙ୍କ ପରିବାର ଆସି ମନ୍ଦିରରେ ପହଞ୍ଚି ଭଜନ କୀର୍ତ୍ତନ କରିବା ସହ ମଙ୍ଗଳ ପାଠ କରୁଛନ୍ତି । ତେବେ ମାନସିକ ପୂରଣ ହୋଇଥିବାରୁ ମା’ଙ୍କୁ ଯୌତୁକ ଭେଟ ସଦୃଶ ମହିଳା ମାତାଙ୍କୁ ଉପହାର ପ୍ରଦାନ କରିଛନ୍ତି ମନସ୍କାମନା ପୂରଣ ହୋଇଥିବା ଦମ୍ପତି । ତେବେ ମନ୍ଦିରର ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲ ମା’ ଦାଦିଜୀ ରାଣୀ ସତୀଙ୍କ କୃପାରୁ ସବୁ ସମ୍ଭବ ହୋଇପାରୁଛି ବୋଲି କହିଛନ୍ତି । ମହିଳାମାନେ ମଙ୍ଗଳ ପାଠ ପଠନ କରୁଥିବାବେଳେ ଏକ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ତେବେ ପୁଅର ପିତା ନିଜେ ଖରିଆର ରୋଡ ଦାଦିଜୀ ମନ୍ଦିର ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ହୋଇ ସୁଦ୍ଧା ଟିଟିଲାଗଡ଼ ଦାଦିଜୀ ରାଣୀ ସତୀ ମନ୍ଦିରରେ ମନୋସ୍କାମନା କରିଥିଲେ । ମୁମ୍ବାଇ ନିବାସୀ ରାଜୁ ସରାଫ ଓ ରେଣୁ ସରାଫଙ୍କ ପୁଅ ଅନୁଜ ସରାଫଙ୍କ ସହ ଛତିଶଗଡର ପ୍ରଦୀପ ଗର୍ଗ ଓ ସୁଧା ଗର୍ଗଙ୍କ ଝିଅ ପ୍ରଣାଳୀ ଅଗ୍ରୱାଲଙ୍କ ବିବାହ ସମ୍ପନ୍ନ ହେବା ପରେ ତଥା ତାଙ୍କର ମାନସିକ ପୂରଣ ହେବା ପରେ ଆଜି ଆସି ଦାଦିଜୀ ରାଣୀ ସତୀ ମନ୍ଦିରରେ ମଙ୍ଗଳ ପାଠ କରୁଛନ୍ତି ।

Leave A Reply

Your email address will not be published.