ସୋମବାର ବିଳମ୍ବିତ ରାତିରେ ଦେବୀଙ୍କ ଘଟ ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲୀଳାମୟୀ କରୁଣାମୟୀ ଭବାନୀ ଭଗବତୀ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ବର୍ଣ୍ଣାଢ୍ୟ ପଟୁଆର ଦିନକୁଦିନ ଖୁବ୍‌ ସରଗରମ ହୋଇଉଠିଛି । ଦେବୀଙ୍କ ସମ୍ଭାର, ବେଶ ପଟୁଆର ଦେଖି ଜନତା ମୁଗ୍ଧ ହୋଇଛନ୍ତି । ଦଶଭୂଜା ତ୍ରି-ନେତ୍ର ଧାରୀ ଜଗଦମ୍ବା ମାଆଙ୍କ ସୋମବାର ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ୱତନ୍ତ୍ର ନୀତି ଲାଗି ହୋଇଛି । ସନ୍ଧ୍ୟାରେ ଦେବୀଙ୍କ ଘଟଯାତ୍ରା ସମାହିତ ସ୍ଥଗିତ ଥିଲା, କିନ୍ତୁ ବିଳମ୍ବିତ ରାତି ୧୦ ଘଣ୍ଟା ବେଳେ ଠାକୁରଣୀ ନିଜର ସହଚରୀଙ୍କ ସହ ବାହାରି ୨୧ ପହଣ୍ଡି ଗତିକରି ଅସ୍ଥାୟୀ ମଣ୍ଡପ ବେଢ଼ା ପରିକ୍ରମା କରିଥିଲେ । ଚାଙ୍ଗୁବାଦ୍ୟର ତାଳେ ମାଆଙ୍କ ସାମ୍ନାରେ ଦେବୀଙ୍କ ସଙ୍ଗିନୀ ରଣପାକାଳୀଙ୍କ ନୃତ୍ୟ ସହ ଦେବୀଙ୍କ ଘଟ ପରିକ୍ରମା ହୋଇଥିଲା ।

Leave A Reply

Your email address will not be published.