ls

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ମନ୍ଦିର ପରିସରରେ ‌ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବୃକ୍ଷ ରୋପଣ ସହିତ ବିଶ୍ଵ ପରିବେଶ ଦିବସର ଆଭିମୁଖ୍ୟ ବିଷୟରେ ସଂପାଦକ ହୋଲିଶ୍ୱର ଧରୁଆ ନିଜର ମତବ୍ୟକ୍ତ କରିଥିଲେ । ଉପ ସଭାପତି ନବିନ ସାହୁ, ପୂର୍ବତନ ସରପଂଚ ବାଳକୃଷ୍ଣ ବେହେରା ବୃକ୍ଷ ରୋପଣର ମହତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ । ତତ୍ ପରେ ସଭ୍ୟମାନଙ୍କୁ ନେଇ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟିକୁ ଏକ ସଙ୍ଗଠନ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ଅଞ୍ଚଳର ସମାଜ ସେବାରେ ନିଜକୁ ନିୟୋଜିତ କରି ଦୁର୍ଲଭ ମାନବ ଜୀବନକୁ ସାର୍ଥକ କରିବା ପାଇଁ ସଂକଳ୍ପ କରାଯାଇଥିଲା । ସଭ୍ୟ ବଳରାମ ସାହୁ, ଭୋଜରାଜ ବେହେରା, ସୋମନାଥ ପଟେଲ, ରାଘବ ରଣା, ତପନ ନାଏକ, ମିହିର ପସାୟତ, ନିତେଇ ସାହୁ, ରାଜେଶ ଦାସ, ସମୀର ପୋଡ, ଜଗତ ଜୀବନ ବିଶ୍ୱାଳ, ପିଣ୍ଟୁ ଭୋଇ, ଦୀପକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.