ପରଧିଆପାଲିରେ ଘର ଅକ୍ତିଆର କଲା ପ୍ରଶାସନ : ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ୭୦ ବିସ୍ଥାପିତଙ୍କ ଘରକୁ ଅକ୍ତିଆର କରିଛି ପ୍ରଶାସନ । ଲୋୟର ସୁକତେଲ ଡ୍ୟାମ ସାଇଟ୍‌ ଗାଁ ପରଧିଆପାଲିରେ ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରକଳ୍ପ ଦ୍ୱାରା ବିସ୍ଥାପନ ହେବାକୁ ଥିବା ୭୦ ବିସ୍ଥାପିତଙ୍କ ଘରକୁ ପ୍ରଶାସନ ଅକ୍ତିଆର କରିବା ସହ ୩୦ ପରିବାରର ଘରକୁ ଡୋଜର୍‌ ଲଗାଇ ଭାଙ୍ଗିଥିବା ସୂଚନା ମଳିଛି । ଗତକାଲି ସକାଳୁ ପରଧିଆପାଲି ଗାଁରେ ପୁଲିସ ଫୋର୍ସ ପହଞ୍ଚିବା ପରେ ପରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍‌ଆର୍‌) ମହେନ୍ଦ୍ର ମହାପାତ୍ର, ଏସ୍‌ଡିପିଓ ତୋଫାନ ବାଗ ପ୍ରମୁଖ ପହଞ୍ଚିଥିଲେ । ଯେଉଁ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ଗ୍ରହଣ କରି ସାରିଛନ୍ତି ସେମାନଙ୍କ ଘରଙ୍କୁ ଯାଇ ଅଧିକାରୀଗଣ ଆସବାବପତ୍ର କାଢ଼ିବାକୁ କହିଥିଲେ । ତେବେ ଗାଁ ଲୋକଙ୍କ ସହମତିରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.