ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ନିବାସୀ ସର୍ବେଶ୍ୱରୀ ଷଡଙ୍ଗୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ୪ ପୁତ୍ର ଜ୍ୟେଷ୍ଠ ପୁତ୍ର ରାଧାଗୋବିନ୍ଦ ଷଡଙ୍ଗୀ, ବାଳଗୋବିନ୍ଦ, ଗୋବିନ୍ଦ ବଲ୍ଲବ ଓ ବାଳକୃଷ୍ଣ, ଏକମାତ୍ର ଝିଅ ସନ୍ଧ୍ୟାରାଣୀ, ଜ୍ୱାଇଁ ନିରଞ୍ଜନ ତ୍ରିପାଠୀ, ନାତି ପ୍ରତ୍ୟୁଷ, ଓମ୍, ନାତୁଣୀ ଶ୍ରୀଜା, ଲିସା, ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କର ବଡପୁଅ ରାଧାଗୋବିନ୍ଦ ମୁଖାଗ୍ନି ଦେଇଥିଲେ । ବିଭୁତିପଡା ଶ୍ମଶାନ ଘାଟରେ ଶେଷକୃତ ସମ୍ପନ୍ନ ହୋଇଥିଲା । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।