oom

ଆରପାରିରେ ପାଟଣାଗଡ଼ ବ୍ଲକ ପୁର୍ବତନ ଯୁବ ବିଜେଡି ସଭାପତି ସୁଶାନ୍ତ ସା’

jsmm

ପାଟଣାଗଡ଼, (ଦେବାଶିଷ ମିଶ୍ର) : ଆଜି ପାଟଣାଗଡ ବ୍ଲକର ପୁର୍ବତନ ଯୁବ ବିଜେଡି ସଭାପତି ସୁଶାନ୍ତ ସା’ଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସକାଳ ୬ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ପାଟଣାଗଡ଼ରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମୃତ୍ୟୁ ସମୟରେ ତାଙ୍କୁ ୫୩ ବର୍ଷ ହେଉଥିବା ବେଳେ ସେ ଅନେକ ଦିନରୁ ହୃଦ୍‌ରୋଗ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ବୋଲି ଜଣାପଡିଛି । ତାଙ୍କର ସ୍ତ୍ରୀଙ୍କ ସହିତ ଗୋଟିଏ ଝିଅ ଓ ପୁଅ ଅଛନ୍ତି ।

ସୁଶାନ୍ତ ସମସ୍ତଙ୍କ ସହିତ ମିଳିମିଶି ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ । ନିଜର ଯୁବାବସ୍ଥାରେ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପାଟଣାଗଡ଼ ବିଜୁ ଜନତା ଦଳର ଯୁବ ସଭାପତି ଭାବରେ ଦଳ ଓ ଅଂଚଳ ପାଇଁ କାମ କରିଥିଲେ । ଆହୁରି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାସଂଦ ଅନଙ୍ଗ ଉଦୟ ସିଂହଦେଓଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଭାବେ ଦୀର୍ଘ ଦିନ ଦାୟିତ୍ୱ ତୁଲାଇ ଥିବାବେଳେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଙ୍କ ଘନିଷ୍ଠ ସହଯୋଗୀ ଥିଲେ । ସାଲେପାଲି ଗ୍ରାମପଞ୍ଚାୟତ ସମବାୟ କେନ୍ଦ୍ରର ସଭାପତି ମଧ୍ୟ ରହିଥିଲେ । ଆଜି ତାଙ୍କର ଅକାଳ ବିୟୋଗର ଖବର ପାଇ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ବରିଷ୍ଠ ସଦସ୍ୟ ସଞ୍ଜିବ ମିଶ୍ର, ମହମ୍ମଦ ସଲିମ, ପ୍ରତାପ ମେହେର, ତନ୍ମୟ ପାଣିଗ୍ରାହୀ, ବିଭୁତି ଭୁଷଣ ମିଶ୍ର, ବିମଲ ମେହେର, ପ୍ରଶାନ୍ତ ମେହେର, ନବୀନ ସାହୁ, ସାଲେପାଲି ଶ୍ମଶାନ ରେ ସ୍ବର୍ଗତ ସୁଶାନ୍ତ ସା’ଙ୍କୁ ଶେଷ ଦର୍ଶନ କରି ତାଙ୍କ ମରଶରୀରରେ ଦଳୀୟ ପତକା ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱର୍ଗତ୍‌ ସୁଶାନ୍ତ ସା’ଙ୍କ ବିୟୋଗରେ ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଓ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଆସନ୍ତାକାଲି ସ୍ୱର୍ଗତ୍‌ ସୁଶାନ୍ତ ସା’ଙ୍କ ବିୟୋଗରେ ପାଟଣାଗଡ଼ ଠାରେ ଦଳ ପକ୍ଷରୁ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଶୋକସଭା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ପାଟଣାଗଡ଼ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ମହମ୍ମଦ ସଲିମ ଜଣାଇଛନ୍ତି ।

jittmm
Leave A Reply

Your email address will not be published.