om academy

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁସା ପଂଚାୟତ ଭଇଁସା ଗାଁରେ ପାଣିର ସମସ୍ୟା ଦୀର୍ଘଦିନ ହେଲା ଲାଗିରହଛି । ଏହି ବିଷୟରେ ଅନେକ ଥର ବ୍ଲକ ପ୍ରଶାସନକୁ ଜଣାଯାଇଥିଲା ହେଲେ କିଛି ସୁଫଳ ମିଳି ନଥିବାରୁ ପାନୀୟ ଜଳ ସମସ୍ୟାକୁ ନେଇ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଆକାରେ ଅଭିଯୋଗ ପତ୍ର ଦେଇଛନ୍ତି । ପୂର୍ବତନ ଶିକ୍ଷକ ହିମାଂଶୁ ଶେଖର ବେହେରାଙ୍କ ନେତୃତ୍ୱରେ ଭଇଁସା ଗାଁର ଶତାଧିକ ଲୋକ ଓ ମହିଳାମାନେ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେଇଥିଲେ । ତାପରେ ପାଟଣାଗଡ ବ୍ଲକ ଅଫିସକୁ ଯାଇ ବିଡ଼ିଓ ନୀଳମାଧବ ସୁନାଙ୍କୁ ମଧ୍ୟ ଏହାର ଏକାକିତା ନକଲ ପ୍ରଦାନ କରିଥିଲେ ଏବଂ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଆଗାମୀ ଦିନରେ ୨ କୋଟି ୯୩ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଭଇଁସା ଗ୍ରାମରେ ଆରମ୍ଭ କରାଯିବ ବୋଲି ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ପ୍ରତିଶୃତି ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଶୁଣିବା ପରେ ଭଇଁଷା ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.