om academy

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ‘ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ’ ଉପଲକ୍ଷେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ‘ଯୋଗ ଦିବସ’ ପାଳିତ ହୋଇଯାଇଛି । ଯୋଗ ପ୍ରଶିକ୍ଷକ ଦେବେନ୍ଦ୍ର ସାହୁ ଏବଂ ଅଧ୍ୟାପକ ଅଙ୍କିତ କୁମାର ଦାସ ବିଭିନ୍ନ ପ୍ରକାର ଆସନ, ପ୍ରଣାୟମ ଶିକ୍ଷା ଦେଇଥିଲେ । ମୁଖ୍ୟ ଅତିଥି ପରିଚାଳନା କମିଟିର ସଭାପତି ବିଜୟ କୁମାର ସ୍ୱାଇଁ ଶରୀର ତଥା ମନର ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅନେକ ଉପଦେଶ ପ୍ରଦାନ କରିଥିଲେ । ଏହି ଦିବସକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ମହା ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.