lika

ଚୌଦ୍ୱାରରେ ବିଶ୍ୱକର୍ମା ପୂଜା ପାଳିତ

gbag

ଚୌଦ୍ୱାର : ଚୌଦ୍ୱାର ସହରରେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟାପାୱାର ପରିଚାଳିତ ଗ୍ରୀଡ଼ ଷ୍ଟେସନ୍, ଷ୍ଟୋର, ଡିଷ୍ଟ୍ରିବ୍ୟୁସନ୍ ଆଦି ବିଭାଗରେ ସୁଦୃଶ୍ୟ ମେଡ଼ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଦିଅଁ ଦର୍ଶନ ପାଇଁ ସଂଧ୍ୟାରେ ବହୁ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଅନୁରୂପ ଭାବେ ଇମ୍ଫା କାରଖାନା, ୟୁଏମ୍ଏସ୍ଏଲ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ, କଳିଙ୍ଗ ଛକ ସ୍ଥିତ ଅଟୋ ଆସୋସିଏସନ୍, ଟ୍ରକ୍ ମାଲିକ ସଂଘ, ଗାନ୍ଧୀଛକ ସ୍ଥିତ ଟ୍ୟାକ୍ସି ସଂଘ, ଏୟାରୱେଜ୍ ଟୁର ଆଣ୍ଡ ଟ୍ରଭେଲସ୍, ମଙ୍ଗୁଳି ଟ୍ରକ୍ ମାଲିକ ସଂଘ ଆଦିରେ ବିଶ୍ୱକର୍ମା ପୂଜା ସମାରୋହରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ ବୈଷୟିକ ବ୍ୟବସାୟ ପ୍ରତିଷ୍ଠାନ, ଗୋପାଳପୁର ସ୍ଥିତ ଶିଳ୍ପାଞ୍ଚଳ ଆଦିରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।

babaa
Leave A Reply

Your email address will not be published.