ଗାଁରୁ ମହାମାରୀ ରୋଗ ଦୂର ପାଇଁ ଛେନା ପନା ପର୍ବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଲୁହାସିହା ପଞ୍ଚାୟତ ବାହାଲଭଟଲି ଗ୍ରାମରେ ଛେନା ପନା ସହ ଗ୍ରାମ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପରମ୍ପରା ଅନୁଯାୟୀ ପଶ୍ଚିମାଞ୍ଚଳର ପ୍ରତ୍ୟେକ ଗାଁଗୁଡିକରେ କୋଦୋ ଯାତ୍ରା, ମାଡେନ ଯାତ୍ରା, ବିଶେଷ କରି ନୂଆଁଖାଇ ବଡ଼ ତିହାର ଆସିବାର ୭ ଦିନ ଆଗରୁ ରୋଗୀ ବଟା ଛେନା ପନା କରାଯାଇଥାଏ । ଗାଁର ପ୍ରତ୍ୟେକ ଘରୁ ଝାଙ୍କର ଘରକୁ ଘିଅ, କ୍ଷୀର, ଲିଆ, ଧୂପକାଠି, ସିନ୍ଦୁର ଆଦି ସାମଗ୍ରୀ(ଅଗତାପତରି) ପତର ଦନାରେ ନେଇ ଦେଇଥାନ୍ତି । ଝାଙ୍କର ଦେବାଦେବୀ ପୂଜାର୍ଚ୍ଚନା ପରେ ଲଗାଯାଇଥିବା ଲିଆକୁ ଧରି ଗାଁ ଦାଣ୍ଡରେ ଛିଞ୍ଚି ଗ୍ରାମ ପରିକ୍ରମା କରିଥାନ୍ତି । ବିଶ୍ଵାସ ରହିଛି ଯେ, ଗାଁକୁ ହଇଜା, ବସନ୍ତ କରୋନା ଭଲି ମହାମାରୀ ରୋଗ ନ ଆସୁ, ଗାଈଗୋରୁମାନେ ସୁସ୍ଥ ରହି ରୋଗରୁ ମୁକ୍ତ ହୁଅନ୍ତୁ ବୋଲି ଲୋକ ବିଶ୍ଵାସ ରହିଛି । ପରେ ଗାଁର କିଛି ଦୂରରେ ଥିବା ଦୁଇ ମୁହାଁ ବାଟରେ ଥିବା କୌଣସି ଗଛ ମୂଳରେ ଝାଡୁ, କେନ୍ଦୁ ବାଡି ସହ ଧୂପ ଦୀପ, ଲିଆ ନଡ଼ିଆ ରୋଗ ଦୂର ହେବାପାଇଁ ପୂଜାର୍ଚ୍ଚନା କରିଥାନ୍ତ । ଏହି ପର୍ବ ଆଜି ବାହାଲଭଟଲି ଗ୍ରାମରେ ପାଳିତ ହୋଇଥିବା ବେଳେ ପୂଜାରୀ ରବି ବରିହା, ପୂର୍ବତନ ପୂଜାରୀ କୁଞ୍ଜବିହାରୀ ବରିହା, ବନମାଳୀ ବରିହା, ପଞ୍ଚୁ ସାହୁ, ଲକ୍ଷେଶ୍ୱର ବରିହା, ସରୋଜ ବରିହା, ବୁଟସିଙ୍ଗ ବରିହା, ପ୍ରହ୍ଲାଦ ବରିହା, ବିପିନ ସାହୁ, କ୍ଷମାନିଧି ବରିହା ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.