ls

ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ୪୫ତମ ‘ରେଜିଂ ଡେ’ ପାଳନ

sb

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ସୋମବାର ଦିନ ଭାରତୀୟ ତଟ୍ଟରକ୍ଷୀ ବାହିନୀ ଏହାର ୪୫ତମ ‘ରେଜିଂ ଡେ’ ବା ‘ବୃଦ୍ଧି ଦିବସ’ ପାଳନ କରିଛି । ଭାରତୀୟ ଅଞ୍ଚଳର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ୭ଗୋଟି ପୃଷ୍ଠଭୂମି ପ୍ଲାଟଫର୍ମରୁ ଆରମ୍ଭ କରି କୋଷ୍ଠଗାର୍ଡ ୧୫୬ଟି ଜାହଜ ଏବଂ ୬୨ଟି ବିମାନ ସହିତ ଏକ ଭରପୁର ଶକ୍ତିରେ ପରିଣତ ହୋଇଛି । ୨୦୨୫ ମସିହା ସୁଦ୍ଧା ୨୦୦ ଭୂପୃଷ୍ଠ ପ୍ଲାଟଫର୍ମ ଏବଂ ୮୦ ବିମାନର ଟାର୍ଗେଟେଡ୍‌ ଫୋର୍ସ ସ୍ଥର ହାସଲ କରିବାର ଲକ୍ଷ୍ୟ ରଖିଛି । ବିଶ୍ୱର ଚତୁର୍ଥ ବୃହତ୍ତମ ତଟ୍ଟରକ୍ଷୀ ବାହିନୀ ଭାବେ, ଭାରତୀୟ ଉପକୂଳକୁ ସୁରକ୍ଷିତ ରଖିବା ଏବଂ ଭାରତର ସାମୁଦ୍ରିକ ଜୋନ ମଧ୍ୟରେ ନିୟମ ଲାଗୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୋଭିଡ୍‌-୧୯ ପ୍ରତିବନ୍ଧକ ସତ୍ୱେ ପ୍ରାୟ ୫୦ଟି ଜାହାଜ ଏବଂ ୧୨ଟି ବିମାନ ନିୟୋଜିତ କରି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ୨୪ଢ୭ ସଜାଗ ରହି ଆସିଛି । ଏଥି ମଧ୍ୟରେ ୧୫୦୦କୋଟି ଟଙ୍କା ମୂଲ୍ୟ ନିଷେଦ୍ଧାଦେଶ ଜବତ କରିଛି ଏବଂ ୧୦ରୁ ଅଧିକ ବିଦେଶୀ ମତ୍ସ୍ୟଜୀବି ଡଙ୍ଗା ସମେତ ୮୦ଜଣ ଦୃବୁତ୍ତଙ୍କୁ ଧରିଛି । ଏହି ‘ରେଜିଂ ଡେ’ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ଭାରତୀୟ ତଟ୍ଟରକ୍ଷୀ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ବୋଲି ପାରାଦୀପ କୋଷ୍ଟଗାର୍ଡ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ।

pc pk
Leave A Reply

Your email address will not be published.