ରାମ ନବମୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ରାମ ନବମୀ ଉତ୍ସବ ସାରା କଳାହାଣ୍ଡି ଜିଲ୍ଲାରେ ବେଶ ଆକର୍ଷଣୀୟ ହୋଇଥାଏ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ବେଶ୍ ଆକର୍ଷଣୀୟ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ଭକ୍ତ କି ଟୋଲିର ସଭାପତି ବଜରଙ୍ଗ ଜୈନଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାମ ନବମୀ ଦିନର ରୁଟ ଚାଟ, ଡିଜେ ବାଜା, ଘଣ୍ଟ ବାଜା ନୃତ୍ୟ,ସହରର ସାଜସଜ୍ଜା ଓ ଆଉ କେମିତି ଆକର୍ଷଣୀୟ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଉପସ୍ଥିତ ଥିଲେ ଅମିୟ ନନ୍ଦ, ଭଜରାମ ସାହୁ , ପ୍ରୀତେଶ ପଟେଲ, ଅରୁଣ ଅଗ୍ରୱାଲ, ତେଜୁରାମ ଅଗ୍ରୱାଲ, ଅମିତ୍ ଜୈନ, ମନୋଜ ସୋନି, ସୁଜିତ୍ ଜୈନ, ଦିନେଶ ଜୈନ, ସିଦ୍ଧାର୍ଥ ଅଗ୍ରୱାଲ, ଟିଙ୍କୁ ଜୈନ, ଓ ପୂଜାରୀ ଶୁଭମ୍ ଭାଇ ।

Leave A Reply

Your email address will not be published.