ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୨ଟି ଟୀକାକରଣ କେନ୍ଦ୍ର ପାଇଁ ସ୍ବତନ୍ତ୍ର ଭ୍ୟାକସିନ୍ ଭେନରେ କରୋନା ଟୀକା ପହଂଚିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଟୀକାକୁ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବରରୁ ସୁବର୍ଣ୍ଣପୁର ଜିଲ୍ଲା ଟୀକା ଭଣ୍ଡାରକୁ ପହଂଚିବା ପରେ ନିର୍ଦ୍ଧାରୀତ +୨ ରୁ +୮ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ପରିବହନ ଓ ସଂରକ୍ଷଣ କରାଯାଇ ରଖାଯାଇଛି । ପ୍ରଥମ ଟୀକା ପହଂଚିବା ପରେ ଆସନ୍ତା ୧୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ବୀରମହାରାଜପୁର ଉପଖଣ୍ଡୀୟ ଡାକ୍ତରଖାନାରେ ପ୍ରଥମ ପର୍ୟ୍ୟାୟରେ ୧୦୦+୧୦୦=୨୦୦ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟୀକାକରଣ କରାଯିବ । ତେବେ,ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ପ୍ରଥମ ତାଲିକାରେ ଜିଲ୍ଲାର ଆଗଧାଡିର କରୋନା ଯୋଦ୍ଧା ୪ହଜାର ୯୫୬ ଜଣଙ୍କୁ ଏହି ଟୀକା ଦିଆଯିବାକୁ ପଂଜୀକୃତ କରାଯାଇଛି । ଆଜି ଏହି ଭ୍ୟାନରେ ୩୬୫୦ଟି ଡୋଜ୍ ଟୀକା ପହଂଚିଛି । ଜିଲ୍ଲାରେ କରୋନା ଟୀକା ପହଂଚିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ, ଡକ୍ଟର ପ୍ରଦୀପ ଗୁରୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ଟୀକା ଶୀତଳ କେନ୍ଦ୍ରର ଆଇ. ଏଲ. ଆର୍.ରେ ରଖାଯାଇଛି ।

Leave A Reply

Your email address will not be published.