ppurohit

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ବଣ୍ଟନ

2nd

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ପକ୍ଷରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୬ ଗୋଟି ଅକ୍ସିଜେନ କନସେନଟ୍ରେଟର ସମେତ ୨ ହଜାର ଏନ ୯୫ ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ଅଯୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ଆଗଲପୁର ସିଏଚସି ମେଡିକାଲ ଅଫିସର ଡ଼. ଧୀରେନ୍ଦ୍ର ମେହେର, ଡୁଡୁକା ମେଡିକାଲ ଅଫିସର ଡ଼. ଆକାଂକ୍ଷା ପାଣିଗ୍ରାହୀ, ରୋତ ମେଡିକାଲ ଅଫିସର ଡ଼. ସୁଶାନ୍ତ ସେଠ, ସାଲେଭଟା ମେଡିକାଲ ଅଫିସର ଡ଼. ଆଶୁତୋଷ ବାରିକ, ବିପିଏମ ପ୍ରବୀର ମେହେର, ଭରସୁଜା ସରପଞ୍ଚ ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ରହି ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ଠାରୁ ଉପରୋକ୍ତ ସାମଗ୍ରୀ ଗୁଡିକ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପିଏପିର ହୀରା ଲାଲ ମିଶ୍ର, ଗୋବିନ୍ଦ ଚନ୍ଦ୍ର ବିଶି, ସୁଧାଂଶୁ ନାଗ, ଅଜୟ ବାଦୀ, ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.