ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୧୫ରୁ ଅଧିକ ଯାତ୍ରୀ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ, ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ ଯାତ୍ରୀ ବାହୀ ବସ ଓମ୍‌ ଭବାନୀ ଓଆର-୧୨ବି-୧୯୫୬ରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରେ ୧୫ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆଖ ପାଖ ସ୍ଥାନୀୟ ଲୋକେ ଜାଣିବା ପରେ ଆମ୍ବୁଲାନ୍ସକୁ ଡକାଇ ବାଲିଗୁଡା ମେଡିକାଲକୁ ଆଣି ଭର୍ତ୍ତି କରି ଚିକିତ୍ସା ଅବ୍ୟାହତ ରହିଛି । ଦୁର୍ଘଟଣା ପରେ ବସ ଡ୍ରାଇଭର ଓ ହେଲ୍‌ପର୍‌ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.