ଓଡ଼ିଶା ସରକାରଙ୍କ ରାଜ୍ୟ ପର୍ଯ୍ୟଟନ ସଚିବ ବଳବନ୍ତ ସିଂଙ୍କୁ କୁମୁଡ଼ା ପାହାଡ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଗସ୍ତରେ ଆସିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ । ଏହି ଗସ୍ତ ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିମ କେପିଏସ୍ଏସ୍ ତରଫରୁ ଜିଲ୍ଲାପାଳ ବଲାଙ୍ଗିର ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଦାବିପତ୍ର ପ୍ରଦାନ କରି ଆଲୋଚନା କରାଯାଇଥିଲା । ସେହି ଦାବି ଗୁଡ଼ିକ ଭିତରେ ଐତିହାସିକ କୁମୁଡ଼ା ପାହାଡରୁ କଲେନ ଡୁଙ୍ଗୁରି ମଧ୍ୟରେ ବେବନ୍ଧ୍ ଉପରୁ ରୋପ ୱେ, କୁମୁଡା ପାହାଡର ୫୭୦ ଫୁଟ ଉଚ୍ଚତାରେ ଥିବା ପୋଖରୀର ପୁନରୁଦ୍ଧାର ଓ ଡେନ୍ସିଂ ଫାଉଣ୍ଟେନ ନିର୍ମାଣ ସହ ଭଗବାନ୍ ହନୁମାନଙ୍କ ମୂର୍ତ୍ତି ନିର୍ମାଣ ତଥା ମୋନୁମଣ୍ଟାଲ ନେସନାଲ ଫ୍ଲେଗ ସ୍ଥାପନ, କୁମୁଡା ପାହାଡ ପଛପଟକୁ ଉନ୍ନତିକରଣ କରି ହରିଣ ପାର୍କ ନିର୍ମାଣ , ଦେବନ୍ଦର ସୋନ୍ଦର୍ଯ୍ୟ କରଣ ସହ ମେରିନ ଡ୍ରାଇଭରେ ପରିଣତ, ସୁରକ୍ଷା ଦୃଷ୍ଟିରୁ ଦୁଇ କିଲୋମିଟର ପରିଧିରେ ଥିବା କୁମୁଡା ପାହାଡ଼ର ଚତୁର୍ପାର୍ଶ୍ୱରେ ବାଡା ନିର୍ମାଣ ସହ ମାଟି ଫିଲିଂ କରି ବୃକ୍ଷରୋପଣ ଓ ପାହାଡର ପାରିପାର୍ଶିକ ଉନ୍ନତି କରଣ, ଝାରଦେବନ୍ଧକୁ ଇକୋ ଟୁରିଜମରେ ସାମିଲ କରି ଉଭୟ ବାବା ଧବଳେଶ୍ୱର ମନ୍ଦିର ଓ ଝାଡ ଦେବନ୍ଧ ବାବାଙ୍କ ମନ୍ଦିରର ଉନ୍ନତୀ କରଣ ଦାବୀ ଜଣାଇ ଏକ ଆଲୋଚନା କରିଥିଲେ । ଏହି ସମସ୍ତ ଦାବୀକୁ ଅଧିକାରୀମାନେ ଯଥାର୍ଥ କହି ଗମ୍ଭୀରତା ସହ ବିଚାରକୁ ନିଆଯିବ ବୋଲି କହିଥିବାରୁ କେପିଏସ୍ଏସ୍ ତରଫରୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ସମିତିର ଉପେନ୍ଦ୍ର ବାଗ, ଶୁଭେନ୍ଦୁ ପୁରୋହିତ, ସତ୍ୟ ବାଗ, ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।