ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୦୨୧-୨୨ ମଧ୍ୟରେ ଓଡ଼ିଶାକୁ ଆସିବ ୧ ହଜାର ନୂଆ ବସ । ପ୍ରଥମ ପର୍ୟ୍ୟାୟରେ ୧୭୦ଟି ବସ କିଣାଯିବା ପାଇଁ ଅଶୋକ ଲେଲ୍ୟାଣ୍ଡ କମ୍ପାନୀକୁ ଟେଣ୍ଡର ଦିଆଯାଇଥିବା କୁହାଯାଇଛି । ଏହି ବସ ଗୁଡ଼ିକ ଆସନ୍ତା ବର୍ଷ ମେ’ ମାସ ଠାରୁ ଚାଲିବ। ଏହି ବସ କିଣାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଛି । ଏଥିପାଇଁ ମୋଟ ୬୩ କୋଟି ଟଙ୍କା ବିନିଯୋଗ କରାଯାଉଛି ବୋଲି ଓଏସଆରଟିସିର ମୁଖ୍ୟ ପ୍ରବନ୍ଧକ ଦିପ୍ତୀମୟୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।