ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳ ଆଜି କାଲି ଶୀତ ଯେତିକି ପଡି ପଡି ଆସୁଛି, ନିଶା ସେବନ ସେହିଭଳି ଜୋର ଧରୁଛି । ଖାଲି ମଦ ନୁହେଁ, ଧଳା ପାଉଡର (ଡ୍ରଗ୍ସ)ର ମଧ୍ୟ କାରବାର ବୃଦ୍ଧି ହେଉଥିବା ଶୁଣାଯାଉଛି । ତାଳଚେରରେ ମଧ୍ୟ ନିଶାଶକ୍ତ ମଦ୍ୟପ ଓ ଡ୍ରଗ୍ସ ସେବନକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହି ଡ୍ରଗ୍ସ ସେବନକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ସନ୍ଧ୍ୟା ସମୟରେ ଲୋକେ ପିଲାଛୁଆଙ୍କୁ ନେଇ କୌଣସି କାର୍ଯ୍ୟରେ ବଜାର କିମ୍ବା ଏକ ଜାଗାରୁ ଅନ୍ୟ ଜାଗାକୁ ଯିବା ନିରାପଦ ମନେ କରୁନାହାନ୍ତି । ଚେନ୍ ଛଡ଼େଇବା, ଏଟିମ୍‌ରୁ ଟଙ୍କା ଉଠେଇଥିବା ବ୍ୟକ୍ତି ଆଦି ଏହି ନିଶାସକ୍ତ ଅପରାଧୀଙ୍କ ଟାର୍ଗେଟ ହେଉଛନ୍ତି । ବିଶେଷ କରି ଯୁବପିଢ଼ି ଏହି ଧଳା ଜହର ପ୍ରତି ଆକୃଷ୍ଟ ହେଉଛନ୍ତି । ଅନ୍ୟ ସହରରେ ମଦ୍ୟପ ଓ ନିଶା ସେବନକାରୀଙ୍କୁ ଯେଉଁଭଳି ପୋଲିସ ଚିହ୍ନଟ କରୁଛି ସେହିଭଳି ତାଳଚେର ଉପଖଣ୍ଡରେ ମଧ୍ୟ ହେବା କଥା ବୋଲି ସାଧାରଣ ସ୍ତରରେ ଦାବୀ ଉଠୁଛି । ହେଲମେଟ ଚେକିଂ ସହିତ ଚାଳକ ନିଶାଶକ୍ତ କି ନୁହେଁ ଏହା ମଧ୍ୟ ଚେକିଂ ସମୟରେ ଯଦି ପୋଲିସ ପ୍ରଶାସନ ଦାୟିତ୍ୱ ନିର୍ବାହ କରନ୍ତା ଦୁର୍ଘଟଣା ରୋକିବା ସହ ଏହି ନିଶା ସେବନରେ ଅଙ୍କୁଶ ଲାଗନ୍ତା ବୋଲି ଜନସାଧାରଣଙ୍କ ମତ ।

Leave A Reply

Your email address will not be published.