om academy

ବିଜେଡି ଯୁବନେତା ରାଜୁ ପଣ୍ଡା ଦେଉଳପଦର ପେକ୍ସର ସଭାପତି ଭାବେ ନିର୍ବାଚିତ

jsm

ସୋନପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ଉପନିବନ୍ଧକଙ୍କ ଅଧିନରେ ରହିଥିବା ସୋନପୁର ଜିଲ୍ଲାର ଦେଉଳପଦର ପେକ୍ସର ନିର୍ବାଚନରେ ଯୁବନେତା ରାଜେନ୍ଦ୍ର ପଣ୍ଡା(ରାଜୁ) ବାଜିମାତ କରିଛନ୍ତି । ସେ ମୋଟ୍‌ ୧୫ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୩ଜଣଙ୍କ ସମର୍ଥନ ହାସଲ କରି ନିଦ୍ୱର୍ନ୍ଦରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ପେକ୍ସରେ ମୋଟ୍‌ ୧୪୦୦ ଚାଷୀ ରହିଥିବା ବେଳେ ୧୫ଜଣଙ୍କ ମଧ୍ୟରୁ ୭ଜଣ ନିଦ୍ୱର୍ନ୍ଦରେ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ । ବାକି ୮ଟିରେ ନିର୍ବାଚନ ହୋଇଥିଲା । ରାଜୁ ପଣ୍ଡାଙ୍କ ସମର୍ଥକମାନେ ପ୍ରାୟ ଜିଣିଥିଲେ । ଆଜି ପେକ୍ସ କାର୍ଯ୍ୟାଳୟରେ ସଭାପତି ପଦ ପାଇଁ ରାଜୁ ପଣ୍ଡା ଏକମାତ୍ର ପ୍ରାର୍ଥୀ ଭାବରେ ୧୨ଜଣ ନିର୍ଦ୍ଦେଶକଙ୍କ ସମର୍ଥନରେ ୬ସେଟ ନାମାଙ୍କନପତ୍ର ଦାଖଲ କରିଥିଲେ । ଫଳରେ ଏକମାତ୍ର ପ୍ରାର୍ଥୀ ରାଜୁ ପଣ୍ଡା ସଭାପତି ହୋଇଛନ୍ତି । ଦେଉଳପଦର ପେକ୍ସ ତରଭା ବ୍ଲକ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ସମବାୟ ସମିତି ଭାବରେ ପରିଗଣିତ ହୋଇଥାଏ । ସଭାପତି ନିର୍ବାଚିତ ହେବାପରେ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବେ ବୋଲି ରାଜୁ କହିଛନ୍ତି । ସଭାପତି ଭାବରେ ନିର୍ବାଚିତ ହେବାପରେ ତାଙ୍କୁ ତରଭା ବ୍ଲକ ଅଧ୍ୟକ୍ଷ ତଥା ସୋନପୁର ବିଜେଡି ସଭାପତି ସରୋଜ କମ୍ପ, ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ହୃଷିକେଶ ପଣ୍ଡା, ରାମଶଙ୍କର ମହାପାତ୍ର, ପାଇକବାହାଲର ନିର୍ଦ୍ଦେଶକ ଚକ୍ରଧର ସା, ମଦନମୋହନ ପଣ୍ଡା, ତିଲେଇମାଲର ନିର୍ଦ୍ଦେଶକ ଅଯୋଧ୍ୟା ଧରୁଆ, ଦେଉଳପଦରର ବୃନ୍ଦାବନ ବାଗ, ଟୁନା ବାଗ ପ୍ରମୁଖଙ୍କ ସହିତ ବହୁଲୋକ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.