ବସ ମାଲିକ ସଙ୍ଘର ନିର୍ବାଚନ : ହେମନ୍ତ ସଭାପତି ଓ ପ୍ରଦ୍ୟୁତ ସମ୍ପାଦକ ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବସ ମାଲିକ ସଙ୍ଘର କାର୍ୟ୍ୟକର୍ତା ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନରେ ହେମନ୍ତ ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସୋମେନ୍ଦ୍ର ପରି‌ଚ୍ଛା ଉପ ସଭାପତି, ସମ୍ପାଦକ ଭାବେ ପ୍ରଦ୍ୟୁତ ମିଶ୍ର, ସହ ସମ୍ପାଦକ ଭାବେ ପଞ୍ଚାନନ ଆଚାର୍ୟ୍ୟ ଓ ଶିବ ପଟେଲ କୋଷଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ବସ୍‌ ମାଲିକ ସଂଘର ସଭାପତି ପଦ ପାଇଁ ହେମନ୍ତ ପଣ୍ଡା ଓ ସହ ସମ୍ପାଦକ ଭାବେ ପଞ୍ଚାନନ ଆଚାର୍ୟ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ପଦ ପାଇଁ ପ୍ରଦ୍ୟୁତ ମିଶ୍ର ଓ ସୁମନ୍ତ ଭୋଇ, ଉପ ସଭାପତି ପଦ ପାଇଁ ସୌମେନ୍ଦ୍ର ପରି‌ଚ୍ଛା ଓ ମନୋଜ ଗୁରୁ, କୋଷଧ୍ୟକ୍ଷ ପଦ ପାଇଁ ଶିବ ପଟେଲ ଓ ମାନସ ନାୟକ ନାମାଙ୍କନ କରିଥିଲେ । ତେବେ ସମ୍ପାଦକ ପଦ ପାଇଁ ସୁମନ୍ତ ଭୋଇ ୫୨ ଭୋଟ ପାଇଥିବା ବେଳେ ପ୍ରଦ୍ୟୁତ ମିଶ୍ର ୫୭ ଭୋଟ, ଉପ ସଭାପତି ପଦ ପାଇଁ ମାନସ ନାୟକ ୪୮ ଓ ଶିବ ପଟେଲ ୬୧ ଭୋଟ ସେହିପରି କୋଷଧ୍ୟକ୍ଷ ପଦ ପାଇଁ ମନୋଜ ଗୁରୁ ୫୧ ଭୋଟ ପାଇଥିବା ବେଳେ ସୌମେନ୍ଦ୍ର ପରିଛା ୫୭ ଭୋଟ ପାଇ ବିଜୟ ଲାଭ କରିଥିଲେ । ଆଜିର ଏହି ନିର୍ବାଚନରେ ବସ ମାଲିକ ସଙ୍ଘ ର ୧୧୨ ଜଣ ସଦସ୍ୟ ମଧ୍ୟରୁ ୧୦୯ ଜଣ ମତଦାନ କରିଥିବା ବେଳେ ଅଭୟ ମିଶ୍ର ଓ ତ୍ରିବିକ୍ରମ ଦାଶ ନିର୍ବାଚନ ପରିଚାଳନା କରିଥିବା ସୂଚନ ରହିଛି ।

Leave A Reply

Your email address will not be published.

error: Content is protected !!