ନିବନ୍ଧ ପ୍ରତିଯୋଗିତାରେ ଅନୁଶ୍ରୀ ସାହୁ ସର୍ବଭାରତୀୟ ସ୍ତରରେ ପ୍ରଥମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟା ଭାରତୀ ଏବଂ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନିବନ୍ଧ ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁରର ଛାତ୍ରୀ ଅନୁଶ୍ରୀ ସାହୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନୀତ ହୋଇଛନ୍ତି । ଏହି ସୌଭାଗ୍ୟ କେବଳ ଛତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପାଇଁ ନୁହେଁ, ସାରା ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ ବୋଲି ବର୍ଣ୍ଣନା କରାଯାଇଛି । ଏହି ସଫଳତା ପାଇଁ ଅନୁଷ୍ଠାନର ପରିଚାଳନା କମିଟି, ପ୍ରଧାନ ଆଚାର୍ଯ୍ୟ, ଆଚାର୍ୟ୍ୟ ଆଚାର୍ୟ୍ୟା କୃତଜ୍ଞ ମନେ କରିଛନ୍ତି । ଶିଶୁ ଓ ଅଭିଭାବକଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହା ସହିତ ସୁଶ୍ରୀ ଅନୁଶ୍ରୀଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Leave A Reply

Your email address will not be published.