ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରାରେ ଆଜି ପ୍ରକମ୍ପିତ ହୋଇଛି ବଲାଙ୍ଗିର ସହର । ଯୁବ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ଛାତ୍ରୀମାନଙ୍କ ଏକ ବିଶାଳ ରାଲି ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି । ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି । ଏହି ବିଶାଳ ରାଲି ନାରୀ ଶିକ୍ଷାକୁ ନେଇ ବିଭିନ୍ନ ନାରା ସହ ବଲାଙ୍ଗିର ସହରର ଭାଗିରଥୀ ଛକ, କଚେରୀ ଛକ ଦେଇ ହାତୀଶାଲ୍‌ପଡ଼ା ପଟରୁ ରାଲି ଆରମ୍ଭ ସ୍ଥଳକୁ ଫେରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!