ସମାଜସେବୀ ନାରାୟଣ ପଧାନଙ୍କ ଦେହାନ୍ତ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମର ସମାଜସେବୀ ନାରାୟଣ ପଧାନଙ୍କ ୭୪ ବର୍ଷ ବୟସରରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ନୁରାବତି ପଧାନ, ପୁଅ ଶୁଭେନ୍ଦୁ କୁମାର ପଧାନ, ପ୍ରମୋଦ କୁମାର ପଧାନ, ରାଜୀବ କୁମାର ପଧାନ, ଚାରି ଝିଅ, ଜ୍ୱାଇଁ, ନାତି, ନାତୁଣି , ପରିବାରବର୍ଗ ତଥା ଆତ୍ମୀୟସ୍ୱୟନ ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ସ୍ୱର୍ଗତ ପଧାନ କୁଟାସିଂହା ଉଚ୍ଚ ବିଦ୍ୟାଳୟର ସଂପାଦକ ତଥା ଗ୍ରାମର ସଭାପତି ଥିଲେ । ଅନ୍ତିମ ସଂସ୍କାର ପୈତୃକ ଗ୍ରାମ କୁଟାସିଂହାରେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ସମାହିତ ହୋଇଥିଲା । ପୁତ୍ର ଶୁଭେନ୍ଦୁ ମୁଖାଗ୍ନୀ ଦେଇ ଥିଲେ ।

Leave A Reply

Your email address will not be published.