oom

କରୋନା ସଂକ୍ରମଣ ନଛୋଡ଼ବନ୍ଧା ସ୍ଥିତିରେ : ଦିନକରେ ବଲାଙ୍ଗିର ଜିଲ୍ଲାରେ ୩୫୮ ସଂକ୍ରମିତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୭୦

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଆସି ପହଂଚିଛି । ଗତକାଲି ସଂକ୍ରମଣର ସଂଖ୍ୟା ଦେଖି ଲୋକେ ତଟସ୍ଥ ହୋଇ ଯାଇଥିବା ବେଳେ ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୧ରୁ ୪, ୧୦ରୁ ୨, ୧୧ରୁ ୩, ୧୫ରୁ ୨, ୧୬ରୁ ୩, ୧୭ରୁ ୨, ୧୮ରୁ ୪, ୧୯ରୁ ୭, ୨ରୁ ୧୦, ୨୦ରୁ ୭, ୨୧ରୁ ୧, ୪ରୁ ୪, ୫ରୁ ୯, ୬ରୁ ୩, ୭ରୁ ୩, ୮ରୁ ୪ ଓ ୯ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ବଲାଙ୍ଗିର ବ୍ଲକରୁ ୧୦, ଆଗଲପୁର ବ୍ଲକରୁ ୮, ବଙ୍ଗୋମୁଣ୍ଡା ବ୍ଲକରୁ ୩, ବେଲପଡ଼ା ବ୍ଲକରୁ ୪୪, ଦେଓଗାଁ ବ୍ଲକରୁ ୨୬, ଗୁଡ଼ଭେଲା ବ୍ଲକରୁ ୧୩, କଂଟାବାଂଜି ଏନ୍‌ଏସିରୁ ୧୧, ଖପ୍ରାଖୋଲ ବ୍ଲକରୁ ୧୮, ଲୋଇସିଂହା ବ୍ଲକରୁ ୪୭, ମୁରିବାହାଲ ବ୍ଲକରୁ ୯, ପାଟଣାଗଡ଼ ବ୍ଲକରୁ ୭, ପାଟଣାଗଡ଼ ଏନ୍‌ଏସିରୁ ୪, ପୁଇଁନ୍ତଲା ବ୍ଲକରୁ ୩୦, ସଇଁନ୍ତଲା ବ୍ଲକରୁ ୩୨, ଟିଟିଲାଗଡ଼ ବ୍ଲକରୁ ୮, ଟିଟିଲାଗଡ଼ ଏନ୍‌ଏସିରୁ ୬ ଏବଂ ତୁରେକେଲା ବ୍ଲକରୁ ୧୨ ଜଣ ସଂକ୍ରମିତ ହୋଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.