oum

ପାଇକମାଲରେ ନବରାତ୍ର ଦୁର୍ଗାପୂଜା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁପାଳନ କରି ନିରାଡମ୍ବର ଭାବେ ପୂଜା ସମା‌ପ୍ତ ହୋଇଛି । ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବେ ମୁକେଶ ରଥ ଓ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ବରୀ ରଥ, ମୁଖ୍ୟପୂଜକ ଦିଗାମ୍ବର ଦେବତା, ବ୍ରଜେଶ ଦେବତା, ଚଣ୍ତୀପାଠକ ଉମେଶ ଚନ୍ଦ୍ର ମିଶ୍ର, ରାଧେଶ୍ୟାମ ଦେବତାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନା ହେଉଛି ।

ପୂଜା କମିଟି ସଭାପତି ଧବଳେଶ୍ବର ସାହୁ, ଉପ ସଭାପତି ନୀଳମଣି ପଣ୍ଡା, ସଂପାଦକ ଇନ୍ଦ୍ରିଜିତ ଭୋଇ, କୋଷାଧ୍ୟକ୍ଷ ପ୍ରମୋଦ ସିଂହ, ସଭ୍ୟ ଯୋଗେନ୍ଦ୍ର ଭୋଇ, ସୂର୍ଯ୍ୟ ନାରାୟଣ ମିଶ୍ର, ଈଶ୍ବର ବାରିକ ପ୍ରମୁଖ ସହଯୋଗ କରୁଛନ୍ତି । ତେବେ ପୂଜା ମଣ୍ତପ ଗୁଡିକରେ ପୂର୍ବ ବର୍ଷ ପରି ସାଜସଜ୍ଜା ନାହିଁ । ଲୋକଙ୍କ ଭଡି ମଧ୍ୟ ଜମା ନଥିବା ଦେଖା ଦେଇଛି ।

Leave A Reply

Your email address will not be published.