oom

ମୂଳ ନିବାସୀ ମହିଳା ସଂଘର୍ଷ ସମିତର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହାଥରସ ଠାରେ ହୋଇଥିବା ଜଘନ୍ୟ ଗଣ ବଳାତ୍କାର ଓ ନିର୍ମମ ହତ୍ୟା ବିରୁଦ୍ଧରେ ମୂଳ ନିବାସୀ ମହିଳ ସଂଘର୍ଷ ସମିତି ପକ୍ଷରୁ ଆଜି ସଂନ୍ଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏହି ସଭାରେ ହାଥ୍‌ରସର ମନୀଷା ବାଲ୍ମିକୀଙ୍କ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ୟୁପି ସରକାର କାହରି କଥା ଶୁଣୁ ନଥିବା ବେଳେ ସଂଘର୍ଷ ସମିତି ୟୁପି ସରକାର ସାମନାରେ ୪ ଦଫା ଦାବୀ ରଖିଛି । ସେ ମଧ୍ୟରେ ମନୀଷା ଗଣ ବଳାତ୍କାର ଓ ହତ୍ୟା ମାମଲା ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରି ଦୁଇ ମାସ ଭିତରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ । ଏହି ଘଟଣାର ସିବିଆଇ ତଦନ୍ତ କରାଯାଇ ବଳାତ୍କାରୀଙ୍କୁ ସହେଯାଗ କରିଥିବା ଜାତିବାଦୀ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ । ପୀଡିତା ପରିବାରକୁ ୫୦ ଲକ୍ଷ କ୍ଷତିପୁରଣ ଦିଆଯାଉ । ଆହୁରି କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ଦଣ୍ଡ ବିଧାନ କରାଯାଉ ବୋଲି ଦାବୀ ଗୁଡିକ ରହିଛି । ତେବେ ଯୋଗୀ ସରକାର ଯଦି ଏହି ଦାବୀ ସମଦ୍ଭହକୁ ଅଣଦେଖା କରନ୍ତି, ତେବେ ମହିଳା ସଂଘର୍ଷ ସମିତି ନିଜ ହକ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସମିତିର ରାଜ୍ୟ ସଭାପତି ବନୀତା ସାମଲ କହିଛନ୍ତି ।
ସଭାପତି ବନୀତା ସାମଲ ଓ ବଲାଙ୍ଗିର ଜିଲ୍ଲା ସଂଯୋଜକ ଶୁଭଦ୍ରା ସୁନାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ମହିଳାମାନେ ସ୍ଥାନୀୟ କଚେରି ଛକ ସ୍ଥିତ ବାବାସାହେବଙ୍କ ମୁର୍ତ୍ତି ତଳେ ଏକତ୍ରୀତ ହୋଇଥିଲେ । ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପରେ ହାଥରସର ଭଉଣୀ ମନୀଷାଙ୍କ ପାଇଁ ପ୍ରର୍ଥନା କରାଯାଇଥିଲା । ବିକ୍ଷୋଭ ସଭାରେ ବିଭିନ୍‌ନ୍ନ ସଦସ୍ୟ ନିଜସ୍ୱ ମତ ରଖିବା ସହ ଯୋଗୀ ଓ ମୋଦୀ ସରକାର ବରୁଦ୍ଧରେ ବିଷୋଦଗାର କରିଥିଲେ । ଉତ୍ତର ପ୍ରଦେଶର ଯୋଗୀ ସରକାର ବିଭିନ୍ନ ଆଳରେ ଏହି ଗଣବଳାତ୍କାର ଓ ହତ୍ୟା ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି । ଲଜ୍ୟାହୀନ ୟୁପି ପୋଲିସ ଏବେ ବଳାତ୍କାର ହୋଇ ନôଥବା କହୁଥିବା ବେଳେ ମନୀଷାଙ୍କ ମୃତ ଶରୀରକୁ ତାଙ୍କ ପରିବାର ବର୍ଗକୁ ନଦେଇ କାହିଁକି ରାତାରାତି ସଂସ୍କାର କରିଦେଲା, ତାହାର ଉତ୍ତର ଦେଇ ପାରୁନାହିଁ । ଆହୁରି ମନୀଷାଙ୍କ ପରିବାର ବର୍ଗଙ୍କୁ ନଜର ବନ୍ଦ କରିରଖି ଥିବାବେଳେ କାହାରିକୁ ତାଙ୍କ ପାଖକୁ ଯାଇ ଦେଉନାହିଁ । ଏଭଳି ଭାବେ ମନୀଷା ଭଉଣୀ କିଭଳି ନ୍ୟାୟ ପାଇପାରିବ ବୋଲି ସମିତ ତରଫରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୀନା ନାଗ, ଝରଣା ନାଗ, ନୈନା ନାଗ, ଗୀତା ବାଗ, ଜେସ୍ମିନ ନନ୍ଦ, ବିଷ୍ନୁପ୍ରିୟା ବାରିକ, ପ୍ରିୟଲକ୍ଷ୍ୟ ସିନ୍ଦିରିଆ, ପାନ କୁମ୍ଭାର, କଲ୍ୟାଣୀ ସୁନା, ମାଳତି କୁମ୍ଭାର, ପ୍ରମିଳା କୁମ୍ଭାର, ଜୟନ୍ତୀ ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.