
ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଓ ପୁରୀକୁ ନେଇ ଆଶଙ୍କା ରହିଥିବା ସେ ପ୍ରକାଶ କରିଥିବା ବେଳେ ଜାମ୍ମୁରେ ଥିବା ଓଡ଼ିଆ ପିଲାଙ୍କୁ ଫେରାଇ ଅଣାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଯୁଦ୍ଧ ସ୍ଥିତିର ସମୀକ୍ଷା କରିଛନ୍ତି ।