ମହୁଲ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : ମହୁଲ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ପେଶଲିସ ଉଦ୍ଧାର କରିଥିବା ଖବର ମିଳିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ପତଳା ସାହି ନିକଟ ବିଲ ମଝିରେ ଥିବା ଏକ ମହୁଲ ଗଛରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହେଲେ ଦାଶରଥିପୁର ଗ୍ରାମର ବୁଧୁରାମ ମୁଣ୍ଡାଙ୍କ ସ୍ତ୍ରୀ ସଞ୍ଜୁ ମୁଣ୍ଡା । ସଞ୍ଜୁ ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ସଞ୍ଜୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରୁଛି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.