oom

ପାରେଶ୍ୱର ମହାଲିଙ୍ଗଙ୍କ ଜନ୍ମ ଶତ ବାର୍ଷିକୀରେ ସହଜ ମାନସାଙ୍କ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟ ପୂର୍ବାହ୍ନରେ ଲିଟିରାରୀ ଏଣ୍ଡ ସୋସିଆଲ କ୍ଲବ ସଭା କକ୍ଷରେ ପୂଜ୍ୟପୂଜା ସେବା ସଂଗଠନ ଓ ପାରେଶ୍ୱର ମହାଲିଙ୍ଗ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ଆୟୋଜିତ ସମାରୋହରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପାରେଶ୍ୱର ମହାଲିଙ୍ଗଙ୍କ ସହଜ ମାନସାଙ୍କ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୂଜ୍ୟପୂଜା ସେବା ସଂଗଠନର ସଂପାଦକ ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜ୍ୟୋତିର୍ବିଦ ଅଚ୍ୟୁତାନନ୍ଦ ଉଦ୍‌ଗାତା ମୁଖ୍ୟ ଅତିଥି ଆଦର୍ଶ ଶିକ୍ଷୟତ୍ରୀ କସ୍ତୁରୀ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ସହଜ ମାନସାଙ୍କ ପୁସ୍ତକଟି ଜନ ମାନସରେ ଆଦୃତ ହୋଇ ପରିବ ବୋଲି ମତବ୍ୟକ୍ତ କରିଥିଲେ । ଗୌରୀ ଶଙ୍କର ମହାଲିଙ୍ଗ ପ୍ରକାଶକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ସଭାକୁ ସଂଯୋଜନା କରିଥିଲେ ଜ୍ୟୋତିରାଣୀ ମିଶ୍ର । ନେପାଳ ଚନ୍ଦ୍ର ବାଗ ବି.ଇ.ଓ ପୁଇଁନ୍ତଲା, ହୃଷୀକେଶ ପୁରୋହିତ, ରାଜ ନନ୍ଦିନୀ ବହିଦାର ଓ ପ୍ରଦୀପ୍ତ ମିଶ୍ର ମଧ୍ୟ ସ୍ୱର୍ଗତ ପାରେଶ୍ୱର ମହାଲିଙ୍ଗଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ ଉମାଶଙ୍କର ମହାଲିଙ୍ଗ, ଶୈଳଜା ଶଙ୍କର ମହାଲିଙ୍ଗ, ମନ୍ଦାକିନୀ ବେରିଆ, ମିନତି ମହାଲିଙ୍ଗ, ପ୍ରୀତି ରଂଜନ ମହାଲିଙ୍ଗ, ରିକନ୍‌ ମହାଲିଙ୍ଗ, ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ, ଦୁର୍ଗା ସାହୁ, ସୁନାଧର ବନଛୋର ଓ ଅରୁଣ ଖୁଆସ । ଶେଷରେ ଦାମୋଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.