ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସଇଁନ୍ତଲା ପ୍ରଥମ ସ୍ଥାନ ହାସଲ : ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରୀ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଭର୍‌ଚୁଆଲ ପ୍ରତିଯୋଗିତାରେ ବିଭିନ୍ନ ବ୍ଳକର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରରେ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରି ସଇଁନ୍ତଲା ବ୍ଲକର ରାଜରାଣୀ ମହାନନ୍ଦ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ତେବେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବ୍ଳକ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସିଆରସିସି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ସିଆରସିସି ନାରାୟଣ ଭୋଇ, ଏନଆଇଏସସିପି ଦିଲୀପ ବେହେରା, ସିଆରସିସି ଉଦୟ ଶଙ୍କର ବାଗ, ନିରଂଜନ ମାଝୀ, ପର୍ଶୁରାମ ମୁଣ୍ଡା, ହରେକୃଷ୍ଣ ନାଗ ଓ ଅନନ୍ତ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରତିଯୋଗିତାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.