pr

ଅଭିନନ୍ଦନିକା ‘ମନସ୍ୱୀ ମଧୁସୂଦନ’ ଲୋକାର୍ପିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବିଶିଷ୍ଟ ସାରସ୍ୱତ ସାଧକ, ସ୍ୱନାମଧନ୍ୟ ଶିକ୍ଷାବିତ୍‌ ପ୍ରଫେସର ମଧୁସୂଦନ ପତିଙ୍କ ୮୦ବର୍ଷ ପଦାର୍ପଣ ଉପଲକ୍ଷେ ଏକ ଅଭିନନ୍ଦନିକା ଗ୍ରନ୍ଥ ‘ମନସ୍ୱୀ ମଧୁସୂଦନ’ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଳିକ୍‌ ଆଡମିନିଷ୍ଟ୍ରେସନ୍‌ର ଆସୋସିଏଟ୍‌ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍‌, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନ୍‌ସିଲ ଚେୟାରମେନ୍‌ ତଥା ଆସୋସିଏଟ୍‌ ପ୍ରଫେସର ରବିଶଙ୍କର ପାଣ୍ଡିଆ, ସ୍ତମ୍ଭକାର ହେମନ୍ତ କୁମାର ପଣ୍ଡା, ଚିତ୍ରଶିଳ୍ପୀ ରାଜେଶ ଝାଙ୍କର, ଅଧ୍ୟାପକ ସନ୍ଦୀପ କୁମାର କୁଅଁର ମଞ୍ଚାସୀନ ହୋଇଥିଲେ । ପ୍ରଫେସର ଶ୍ରୀ ପୃଷେଠ୍‌ ତାଙ୍କ ବକ୍ତବ୍ୟରେ ପ୍ରଫେସର ପତିଙ୍କ ସୁଦୀର୍ଘ ସାଧନା ଓ ସମାଜିକ ଚେତନା ସୃଷ୍ଟିରେ ତାଙ୍କନ ଅନବଦ୍ୟ ଅବଦାନ ସମ୍ପର୍କରେ କହିଥିଲେ । ଜଣେ ଶିକ୍ଷକ ଭାବେ ସେ କିପରି ଏକ ସତ୍ୟନିଷ୍ଠ ଜୀବନ ଜିଇଁଛନ୍ତି ସେ ସଂପର୍କରେ କହିଥିଲେ । ପ୍ରଫେସର ପାଣ୍ଡିଆ ତାଙ୍କ ବକ୍ତବ୍ୟରେ ପ୍ରଫେସର ପତିଙ୍କ ଶୈକ୍ଷିକ ଓ ଆଧ୍ୟାତ୍ମିକ ଜୀବନ ଉପରେ କହିଥିଲେ । ସ୍ତମ୍ଭକାର ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ପ୍ରଫେସର ପତିଙ୍କ ସାରସ୍ୱତ ଅବଦାନ ସହ ବୈଚାରିକ ଉପଲବ୍ôଧ ଉପରେ କହିଥିଲେ । ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଶ୍ରୀ ଛୁରିଆ ପ୍ରଫେସର ପତିଙ୍କ ମହତ୍ତର ଜୀବନ କିଭଳି ସମାଜ ଉପଯୋଗୀ ହୋଇଛି ଓ ସେ ଆମକୁ କିଭଳି ସର୍ବାଙ୍ଗ ସୁନ୍ଦର ଓ ଭାବନିଷ୍ଠ କରିଛନ୍ତି କହିଥିଲେ । ଜୀବନର ସମସ୍ତ ଅନୁଭୂତିକୁ ବାଣ୍ଟିବାର କିଭଳି ସ୍ନେହପୂର୍ଣ୍ଣ ଆଚରଣ ଓ ଶ୍ରଦ୍ଧାଶୀଳ ହୋଇଛନ୍ତି ସେ କହିଥିଲେ । ଏହି ଅଭିନନ୍ଦନିକା ଗ୍ରନ୍ଥରେ ପ୍ରାଦେଶିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ୯୫ ଜଣ ସୁଲେଖକଙ୍କ ଲେଖା ରହିଛି । ୪୦୬ ପୃଷ୍ଠା ବିଶିଷ୍ଟ ଏହି ଅଭିନନ୍ଦନିକା ଓଡିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାର ଉତ୍ଥାନ ଦିଗରେ ଏକ ମହତ୍ତର ପ୍ରୟାସ ବୋଲି ବକ୍ତାମାନେ କହିଥିଲେ । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍‌ ଭବାନୀ ଶଙ୍କର ଶତପଥି, ସତ୍ୟସୁନ୍ଦର ଭଞ୍ଜ, ସରିତା ଆଚାର୍ଯ୍ୟ, ଶିବାନନ୍ଦ ଦାସ ବକ୍ତବ୍ୟ ରଖିଥିଲେ । ପ୍ରଫେସର ମଧୁସୂଦନ ପତି ଅଭିନନ୍ଦନିକା ସମିତି ଓ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍‌ ତରଫରୁ ପ୍ରକାଶିତ ଏହି ଅଭିନନ୍ଦନିକା ଗ୍ରନ୍ଥ ଲୋକାର୍ପଣ ସଭାରେ ଆବାହକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ସମିତି ଉପଦେଷ୍ଟା ସମାଜସେବୀ ଭାଗବତ ପ୍ରସାଦ ନନ୍ଦ ଓ ଅଭୟ କୁମାର ପାଢୀଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାରେ ନୀଳମଣି ମିଶ୍ର, ସୁଦୀପ ଗୁରୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚୈତନ୍ୟଦାସ ଠାକୁର, କୁନା ବାଗ, ପ୍ରଶାନ୍ତ ମହାକୁର, ବିଭୁକଲ୍ୟାଣ ଗଡତ୍ୟା, ଯୁଜେଷ୍ଟି ମେହେର, ନବରତ୍ନ ମିଡିଆର ସରୋଜ କୁମାର ଷଡଙ୍ଗୀ, ଚିତ୍ତରଞ୍ଜନ ଦାଶ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସଭା ପରେ ପ୍ରଫେସର ପତିଙ୍କ ରୁଗୁଡିପଡା ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନିକା ଅର୍ପଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.