ମାନବିକତା ଦେଖାଇଲେ ବିଜେଡି ବ୍ଲକ ସଭାପତି : ଫେରାଇଲେ ଲକ୍ଷାଧିକ ମୂଲ୍ୟର ଜିନିଷ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁଙ୍କ ମାନବିକତାକୁ ନେଇ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଶ୍ରୀ ସାହୁ କେସିଙ୍ଗାକୁ ନିଜର ଜଣେ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗକୁ ଅନ୍ୟ ଜଣେ ନେଇ ତାଙ୍କ ବ୍ୟାଗ ଛାଡିଦେଇଥିବା ଜାଣିବାକୁ ପାଇଥିଲେ । ତେବେ ବ୍ୟାଗ ଛାଡିଥିବା ବ୍ୟକ୍ତିଙ୍କର ବ୍ୟାଗରେ ମୋବାଇଲ, ସୁନା ଓ ରୂପା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଥିଲା । ବସରେ ଆସୁଥିବା ବେଳେ ସେ ଭୁଲବଶତଃ ନିଜ ବ୍ୟାଗ ବଦଳରେ ଶ୍ରୀ ସାହୁଙ୍କ ବ୍ୟାଗ ନେଇ ଯାଇଥିଲେ ଓ ନିଜର ବ୍ୟାଗ ଛାଡିଥିଲେ । ପରବର୍ତୀ ସମୟରେ ସେ ଏହା ଜାଣିପାରି ନିଜ ମୋବାଇଲକୁ କଂଟାକ୍ଟ କଲାପରେ ବିଜେଡି ସଭାପତି ଶ୍ରୀ ସାହୁ ବ୍ୟାଗ ନେଇ ଯିବା ପାଇଁ କହିଥିଲେ । ବ୍ୟାଗ ଛାଡିଥିବା ଲୋକ ଜଣେ ମହିଳା ଓ ତାଙ୍କ ଘର ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବୋଲି ଜଣାପଡିଥିଲା । ଶ୍ରୀ ସାହୁ ତାଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ବାପା ଆସିଥିଲେ । କେସିଙ୍ଗା ଥାନାରେ ତାଙ୍କ ବାପାଙ୍କୁ ଉକ୍ତ ବ୍ୟାଗ ହସ୍ତାନ୍ତର କରିଥିଲେ ଶ୍ରୀ ସାହୁ । ଉକ୍ତ ବ୍ୟାଗରେ ପ୍ରାୟ ସୁନା ଅଳଙ୍କାର ୧ ଭରି, ରୂପା ଅଳଙ୍କାର ୩ ଭରି, ମୋବାଇଲ (୨୦ ହଜାର ଟଙ୍କା), ଆଧାର କାର୍ଡ ଓ ଅନ୍ୟାନ୍ୟ ଜିନିଷ ଥିଲା । ଶ୍ରୀ ସାହୁ ଙ୍କର ଏଇ ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

error: Content is protected !!