oom

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାମିଲନାଡୁ କୂନ୍ନୂର ନିକଟରେ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନା ମୁଖ୍ୟ ଜେନେରାଲ ବିପିନ ରାଉତଙ୍କ ସହ ଉକ୍ତ ହେଲିକପ୍ଟରରେ ସହଯାତ୍ରୀ ଥିବା ତାଙ୍କ ଧର୍ମପତ୍ନୀ ମଧୁଲୀକା ସମେତ ୧୧ଜଣ ବୀରପୁତ୍ରଙ୍କ ଅକାଳ ବିୟୋଗ ଘଟିଛି । ଦେଶର ଏହି ଅପୂରଣୀୟ କ୍ଷତି ପାଇଁ ସମସ୍ତେ ମର୍ମାହତ । ସେହି ବୀରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଥିସହିତ ସିଡିଏସ୍‌ ମେଜର ବିପିନ ରାୱତଙ୍କ ହେଲିକ୍ୟାପ୍ଟର ଦୁର୍ଘଟଣାରେ ଓଡ଼ିଶା ତାଳଚେର ପୁଅ ସେନାବାହିନୀର ଯୁବ ଅଫିସର ଓଡ଼ିଆ ପୁଅ ରାଣା ପ୍ରତାପ ଦାସଙ୍କ ଦେହାନ୍ତ, ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଶ୍ରୀଭତ୍ସ ଦାସଙ୍କ ପୁଅ ରାଣା ପ୍ରତାପ ଦାସ, ସେ ଜୁନିୟର ୱାରେଣ୍ଟ ଅଫିସର ଥିଲେ, ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସହିଦ ବୀରପୁତ୍ର ପରିବାରକୁ ଅସିମଶକ୍ତି ଓ ସାହସ ଦିଅନ୍ତୁ, ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାରର ଏମ୍‌ଡ଼ି ତଥା ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.