ତିନି ସାମ୍ବାଦିକଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (ରବି ରଥ) : ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ “ଆଜିକାଲି’ର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ନୟାଗଡ଼ରୁ ପ୍ରକାଶ ପାଉଥିବା “ଗ୍ରହରାଜ’ର ସମ୍ପାଦକ ହରିହର ମହାପାତ୍ର ଓ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ, ସମାଜସେବୀ ଭାଗବତ ପ୍ରସାଦ ନନ୍ଦଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ନବୀନ ଭବନଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତିିନି ଦିବଂଗତ ସାମ୍ବାଦିକଙ୍କ ସ୍ମୃତି·ରଣ କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏଥିରେ ଡ଼. ଡମ୍ବରୁଧର ସାହୁ, ସୁଶାନ୍ତ କୁମାର କର, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ସତ୍ୟ ନାରାୟଣ ତ୍ରିପାଠୀ, କପିଳ ଚନ୍ଦ୍ର ମହାନ୍ତି, ମଞ୍ଜୁ ରଥ, ପଙ୍କଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.