ଫେବୃୟାରୀ ୫ରେ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

  • ସଙ୍ଗମରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ । ଏହିଦିନ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି । ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି । ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି ।

Leave A Reply

Your email address will not be published.