କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ସ୍‌) : ବିଳମ୍ବିତ ରାତି ପାଖାପାଖି ୨ଟା ୧୫ ମିନିଟ ସମୟ । ଆଉ ଏତିକି ବେଳେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ କିଛି ଲୁଟେରା ଲୁଟ କରିବା ପାଇଁ ଆସିଥିଲେ । କିନ୍ତୁ ଇ ସର୍ଭିଲାନ୍ସ ମାଧ୍ୟମରେ ସିଏମ୍‌ଏସ୍‌ ମୁମ୍ବାଇ ଲୁଟେରାଙ୍କ ରଙ୍ଗଢଙ୍ଗ ସବୁ ଜାଣି ପକାଇଥିଲା । ଆଉ ସଙ୍ଗେ ସଙ୍ଗେ ବଲାଙ୍ଗିର ଇଣ୍ଡିଆନ୍‌ ବ୍ୟାଙ୍କ ମ୍ୟାନେଜର ଅନନ୍ତ ମହାରକୁ ଫୋନ୍‌ କରିଥିଲା । ମ୍ୟାନେଜର୍‌ ପୋଲିସକୁ ଖବର ଦେଇ ଘଟଣାସ୍ଥଳରେ ପହଞ୍ଚୁ ପହଞ୍ଚୁ ବଲାଙ୍ଗିର ପୋଲିସର ପେଟ୍ରୋଲିଂ ଗାଡ଼ିକୁ ଦେଖି ସୋମନେ ଲୁଟ ଉଦ୍ୟମରେ ବିଫଳ ହୋଇ ଘଟଣାସ୍ଥଳରେ ହିଁ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ସବୁ ଛାଡ଼ି ଦେଇ ଫେରାର୍‌ ମାରିଛନ୍ତି । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.