ଆସନ୍ତା ୧୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ) : ଚଳିତ ସେପ୍ଟେମ୍ବର ୧୯ ତାରିଖ ରବିବାର ଦିନ ବଲାଙ୍ଗିର ସିଭିଲ କୋର୍ଟ ତଥା ବଲାଙ୍ଗିର ଜିଲ୍ଲାର ତାଲୁକ ସ୍ତରରେ ସମସ୍ତ କୋର୍ଟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ । ୧୯ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନି, ଫୌଜଦାରୀ(ସାଲିସ ଯୋଗ୍ୟ), ବ୍ୟାଙ୍କ ଋଣ, ମଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ ବିବାଦ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍‌ ବାଉନସ୍‌ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ହୋଇପାରିବ । ଏହା ସହିତ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ପ୍ରାକ୍‌ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା) ବିବାଦର ମଧ୍ୟ ସମାଧାନ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା/ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ଚୁଡାନ୍ତ, ବୈଧ ଏବଂ ଅମଳଯୋଗ୍ୟ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହି ସୁବିଧାର ସଦୁପଯୋଗ କରନ୍ତୁ । ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହେବାକୁ ଥିବା ବିଭିନ୍ନ ମକଦ୍ଦମା ଗୁଡିକ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର କାର୍ଯ୍ୟାଳୟ କିମ୍ବା ମେବାଇଲ ନମ୍ବର ୯୮୬୧୯୦୪୪୪୮ରେ ଯୋଗାଯୋଗ କରିପାରିବେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସୁଯୋଗ ନେବା ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ସଚିବ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!